ବୌଦ୍ଧ :ବିଭିନ୍ନ ସମସ୍ୟା ନେଇ ଜନ ପ୍ରତିନିଧିଙ୍କ ଅଭିଯୋଗ । ବୌଦ୍ଧ ଜିଲ୍ଲା ସଦର ବ୍ଲକରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିମାନେ ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ତେବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ବିଭିନ୍ନ ସମୟରେ ଏଭଳି ଯୋଜନା ଠିକରେ କାର୍ଯ୍ୟକାରୀ ହେଉନଥିବା ନେଇ ଅଭିଯୋଗ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଏକ ପ୍ରକାର ରାଜନୈତିକ ଛକାପଞ୍ଝା ଲାଗି ରହିଛି । ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ବିଭିନ୍ନ ପ୍ରସଙ୍ଗରେ ବିଶେଷ ଭାବରେ ବିକାଶକୁ ନେଇ ସ୍ଥାନୀୟ ନେତୃତ୍ବ ବିରୋଧରେ ମେଳି ବାନ୍ଧି ପରିବର୍ତ୍ତନ ସମାବେଶର ଆୟୋଜନ କରୁଛନ୍ତି । ଏନେଇ ଗତକାଲି ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ସଦର ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ଓ ସରପଞ୍ଚ ଓ ଅନ୍ୟାନ୍ୟ ବରିଷ୍ଠ ନେତା ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।