ଓଡିଶା

odisha

ETV Bharat / state

ଠିକାସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ଜନଅସନ୍ତୋଷ - କଣ୍ଟାମାଳ ବ୍ଲକର ଲୋକାପଡା ଓ ବୌଦ୍ଧ ବ୍ଲକର ଚନ୍ଦ୍ରପୁର

କଣ୍ଟାମାଳ ବ୍ଲକର ଲୋକାପଡା ଓ ବୌଦ୍ଧ ବ୍ଲକର ଚନ୍ଦ୍ରପୁର ନିକଟରେ ପାନୀୟଜଳ ଯୋଗାଣ ପାଇଁ ମେଗା ଲିପ୍ଟ ପଏଣ୍ଟ କାର୍ଯ୍ୟ ଏଲ ଏଣ୍ଡ ଟି କମ୍ପାନୀ ଠିକାରେ ହାତକୁ ନେଇଥିବା ବେଳେ ସେମାନଙ୍କ ମନମୁଖି କାର୍ଯ୍ୟକୁ ନେଇ ବୌଦ୍ଧ ଜିଲ୍ଲାରେ ଜନ ଅସନ୍ତୋଷ । ଅଧିକ ପଢନ୍ତୁ...

ଠିକାସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ଜନଅସନ୍ତୋଷ
ଠିକାସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ଜନଅସନ୍ତୋଷ

By

Published : Feb 4, 2021, 9:01 AM IST

ବୌଦ୍ଧ: ଠିକାସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ବୌଦ୍ଧ ଜିଲ୍ଲାରେ ଜନ ଅସନ୍ତୋଷ । ସାଧାରଣ ଲୋକଙ୍କ ଜମି, ପଡିଆ ଏପରିକି ଯାତାୟାତ ପାଇଁ ଥିବା ଶକ୍ତ ରାସ୍ତାଗୁଡିକୁ ପାଇପ ବିଛା ପାଇଁ ମେସିନ ସାହାଯ୍ୟରେ ଖୋଳି ଅଧପନ୍ତରିଆ ଛାଡି ଦେଉଥିବା ଅଭିଯୋଗ ହୋଇଛି । ଠିକାସଂସ୍ଥାର ମନମୁଖି କାର୍ଯ୍ୟ ବିରୁଦ୍ଧରେ ଶେଷରେ ସାଧାରଣ ଲୋକ ଉତ୍ୟକ୍ତ ହୋଇ ଠିକାସଂସ୍ଥାର କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ଲୋକାପଡା ଓ ବୌଦ୍ଧ ବ୍ଲକର ଚନ୍ଦ୍ରପୁର ନିକଟରେ ପାନୀୟଜଳ ଯୋଗାଣ ପାଇଁ ମେଗା ଲିପ୍ଟ ପଏଣ୍ଟ କାର୍ଯ୍ୟ ଏଲ ଏଣ୍ଡ ଟି କମ୍ପାନୀ ଠିକାରେ ହାତକୁ ନେଇଛି ।

ଠିକାସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ଜନଅସନ୍ତୋଷ

ତେବେ ଦୀର୍ଘ ସମୟ ହେଲା ଠିକାସଂସ୍ଥା ପାଇପ ବିଛାଇବା ପାଇଁ ଲୋକଙ୍କ ଜମିବାଡ଼ି, ପଡିଆ,ସର୍ବସାଧାରଣ ସ୍ଥାନ ଏପରିକି ଗାଁ ଗଣ୍ଡାର କଙ୍କ୍ରିଟ ରାସ୍ତାକୁ ବିନା ଆଲୋଚନା କିମ୍ବା ଅନୁମତିରେ ଖୋଳିବା ନେଇ ଅସନ୍ତୋଷ ଲାଗି ରହିଥିଲା । କିନ୍ତୁ ମଙ୍ଗଳବାର ପଲସାଗୋରା ପଞ୍ଚାୟତ ତଳିସାହିର ଏକ ମଜଭୁତ କଙ୍କ୍ରିଟ ରାସ୍ତାକୁ କମ୍ପାନୀ କର୍ମଚାରୀ ଖୋଳିବା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମ୍ପୃକ୍ତ କର୍ମଚାରୀଙ୍କୁ ଅଞ୍ଚଳବାସୀ ଘେରି ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।

ଶେଷରେ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି କ୍ଷମା ପ୍ରାର୍ଥନା ସହ ତୁରନ୍ତ ମରାମତିର ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details