ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ! 4 ଦିନ ହେଲା ଅହୋରାତ୍ର ଧାରଣାରେ ଆନ୍ଦୋଳନକାରୀ, କଂଗ୍ରେସ ସାମିଲ - ଦୁର୍ନୀତି ଅଭିଯୋଗରେ ବୌଦ୍ଧ ବ୍ଲକ ଆଗରେ ଧାରଣା

Irregularities in PM Awash Yojana: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ବୌଦ୍ଧ ସଦର ବ୍ଲକ ସାମ୍ନାରେ ଗଣଧାରଣା । ସାମିଲ ହେଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି !
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି !

By ETV Bharat Odisha Team

Published : Dec 15, 2023, 10:34 AM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି !

ବୌଦ୍ଧ:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଦିନ ରାତି ଧରି ଲଗାତାର ଚତୁର୍ଥ ଦିନରେ ଗଣଧାରଣା ଜାରି ରହିଛି । ବୌଦ୍ଧ ଜିଲ୍ଲା ସାମାଜିକ ସୁରକ୍ଷା ପରିଷଦ ପକ୍ଷରୁ ଜିଲ୍ଲାର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣାରେ କଂଗ୍ରେସ ଏଣ୍ଟ୍ରି କରି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛି । ଦାବି ପୂରଣ ନହେବା ଯାଏ ଧାରଣା ଜାରି ରବି ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବାଟ ହୁଡିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଅନେକ ଅଯୋଗ୍ୟ ହିତାଧିକାରୀ ହାତେଇଥିବା ଅଭିଯୋଗ ଆସିଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସମସ୍ତ 23ଟି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ଅଭିଯୋଗରେ ଜିଲ୍ଲା ସାମାଜିକ ସୁରକ୍ଷା ପରିଷଦ ପକ୍ଷରୁ ଗତ ମଙ୍ଗଳବାର ଠାରୁ ଜିଲ୍ଲାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗଣଧାରଣା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ତେବେ ବୁଧବାର ବ୍ଲକ ପ୍ରଶାସନ ସମେତ ଉପଜିଲ୍ଲାପାଳ, ପିଡି ପ୍ରମୁଖ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏନେଇ କୌଣସି ସୁଫଳ ନମିଳିବାରୁ ଆନ୍ଦୋଳନ ଜାରି ରହିଛି । ତେବେ ଗଣଧାରଣା ବ୍ଲକ କାର୍ଯ୍ୟାଳୟ ଭିତରୁ ଉଠାଇ ନିଆଯାଇ ବ୍ଲକ ବାହାରେ ଗଣଧାରଣା ଜାରି ରହିଛି । ବ୍ଲକର ସମ୍ମୁଖ ରାସ୍ତା କଡରେ ରନ୍ଧା ବଢ଼ା କରି ରାସ୍ତା କଡରେ ବସି ଆନ୍ଦୋଳନକାରୀ ଖାଦ୍ୟ ଖାଇ ପ୍ରଶାସନର ପଦକ୍ଷେପକୁ ଚାହିଁ ବସିଛନ୍ତି । ଗତ 4 ଦିନ ହେଲା ହିତାଧିକାରୀ ମାନେ ଶୀତ କାକରରେ ଦିବାରାତ୍ର ଗଣଧାରଣା ଜାରି ରଖିଥିବା ବେଳେ ଏହାର ସମାଧାନ କେବେ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ ।

ଏହାମଧ୍ୟ ପଢନ୍ତୁ.. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ଅଯୋଗ୍ୟ ହିତାଧୀକାରୀ ହାତଉଛନ୍ତି ସରକାରୀ ଲାଭ

ସେପଟେ ଏହି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛି ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details