ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଯୋଗ୍ୟ ହିତାଧୀକାରୀଙ୍କ ବଦଳରେ ଆବାସ ଯୋଜନାର ଲାଭ ଉଠାଉଛନ୍ତି ଅଯୋଗ୍ୟ ହିତାଧୀକାରୀଙ୍କୁ । ଆବାସ ଯୋଜନାରେ କେଳେଙ୍କାରୀ ହୋଇଥିବା ଅଭିଯୋଗ କରି ମଙ୍ଗଳବାରଠାରୁ ବୌଦ୍ଧ ଜିଲ୍ଲା ସାମାଜିକ ସୁରକ୍ଷା ପରିଷଦ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଗଣଧାରଣା ଦିଆଯାଇଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନେକ ଅଯୋଗ୍ୟ ହିତାଧୀକାରୀ ହାତେଇଛନ୍ତି । ଜିଲ୍ଲା ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କଲ୍ୟାଣକାରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜିଠାରୁ ଜିଲ୍ଲା ସାମାଜିକ ସୁରକ୍ଷା ପରିଷଦ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣଧାରଣା ପ୍ରଦାନ କରାଯାଇଛି । ଡାଲି, ଚାଉଳ, କାଠ ଧରି ହିତାଧିକାରୀମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗଣଧାରଣା ଆରମ୍ଭ କରିଛନ୍ତି । ଆବାସ ଯୋଜନାରୁ ବଞ୍ଚିତ ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ