ଓଡିଶା

odisha

ETV Bharat / state

କ୍ରସର ଉଚ୍ଛେଦ ଦାବି, ଅଣ୍ଡା ଓ ହଣ୍ଡା ଭାଙ୍ଗି ଶପଥ ନେଲେ ଅଞ୍ଚଳବାସୀ - କ୍ରସର ଉଚ୍ଛେଦ ଦାବି

ବୌଦ୍ଧରେ କ୍ରସର ଉଚ୍ଛେଦ ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଅଣ୍ଡା ଓ ହଣ୍ଡା ଭାଙ୍ଗି ଅଞ୍ଚଳରେ ହ୍ବିପ ଜାରି କରିଛନ୍ତି ଲୋକେ । ଅଧିକ ପଢନ୍ତୁ...

କ୍ରସର ଉଚ୍ଛେଦ ଦାବିରେ ଅଣ୍ଡା ଓ ହଣ୍ଡା ଭାଙ୍ଗି ଶପଥ ନେଲେ ଅଞ୍ଚଳବାସୀ
କ୍ରସର ଉଚ୍ଛେଦ ଦାବିରେ ଅଣ୍ଡା ଓ ହଣ୍ଡା ଭାଙ୍ଗି ଶପଥ ନେଲେ ଅଞ୍ଚଳବାସୀ

By

Published : Aug 8, 2021, 12:47 PM IST

ବୌଦ୍ଧ: ଜିଲ୍ଲାରେ କ୍ରସର ଉଚ୍ଛେଦ ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଶେଷରେ ଅଞ୍ଚଳବାସୀ ଆପଣେଇଛନ୍ତି ପ୍ରାଚୀନ ପରମ୍ପରା । ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଅଣ୍ଡା ଓ ହଣ୍ଡା ଭାଙ୍ଗି ଅଞ୍ଚଳରେ ହ୍ବିପ ଜାରିକରି ଶପଥ ଗ୍ରହଣ କରିଛନ୍ତି ।

କ୍ରସର ଉଚ୍ଛେଦ ଦାବିରେ ଅଣ୍ଡା ଓ ହଣ୍ଡା ଭାଙ୍ଗି ଶପଥ ନେଲେ ଅଞ୍ଚଳବାସୀ



ସୂଚନ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଷ୍ଟୋନ କ୍ରସର ଉଚ୍ଛେଦ ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଅଞ୍ଚଳବାସୀ ଯୁଗୀୟ ପରମ୍ପରାକୁ ଆପଣେଇଛନ୍ତି । ହରଭଙ୍ଗା ତହସିଲ ଅଧିନରେ ଖରଭୂଇଁ ଓ ବାଇଶପଡା ଅଞ୍ଚଳରେ ପାଞ୍ଚଟି ଷ୍ଟୋନ କ୍ରସର ରହିଛି । ଏହି କ୍ରସର ସ୍ଥାପନ ଯୋଗୁଁ ଅଞ୍ଚଳରେ ସ୍ବାସ୍ଥ୍ୟ ଗତ ଓ ପରିବେଶ ପ୍ରଦୂଷଣ ସମେତ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି ।

ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଆନ୍ଦୋଳନ, ରାସ୍ତାରୋକ, ବିକ୍ଷୋଭ କରାଯାଇଥିଲେ ମଧ୍ୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରି କେବଳ ଆପୋଷ ସମାଧାନର ସୂତ୍ର ଆପଣାଉଛି । ଯାହାକି କ୍ରସର ମାଲିକଙ୍କୁ ବେଶ ସୁହାଉଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଅଞ୍ଚଳର ଶତାଧିକ ଲୋକେ ଛତରଙ୍ଗ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ପ୍ରାଚୀନ ପରମ୍ପରା ମୁତାବକ ଅଣ୍ଡା ଓ ହଣ୍ଡା ବା ମଦହାଣ୍ଡି ଭାଙ୍ଗି ଶପଥ ଗ୍ରହଣ କରି ହ୍ବିପ ଜାରି କରିଥିଲେ । ଏହା ଆଗାମୀ ଦିନରେ ଏକ ବଡ ଧରଣର ଜନ ଆନ୍ଦୋଳନର ଆଭାସ ଦେଇଛି ।




ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details