ବୌଦ୍ଧ: ନୂତନ କୃଷିନୀତି ଓ ଶ୍ରମ ଆଇନକୁ ବିରୋଧ କରି ଆସନ୍ତା 26 ତାରିଖରେ ଦେଶବ୍ୟାପୀ ଧର୍ମଘଟ ହେବାକୁ ଯାଉଛି । ବିକ୍ଷୋଭକୁ କିପରି ସଫଳ କରାଯିବ ଏନେଇ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ଆଇନ ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ହେଉଥିବା ଅଭିଯୋଗ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହେଉଛି ।
ବୌଦ୍ଧରେ କୃଷିନୀତି ଓ ଶ୍ରମ ଆଇନକୁ ବିରୋଧ, ବିକ୍ଷୋଭ ନେଇ ରଣନୀତି ପ୍ରସ୍ତୁତ - ନୂତନ କୃଷି ଆଇନକୁ ବିରୋଧ ବୌଦ୍ଧ
ନୂତନ କୃଷିନୀତି ଓ ଶ୍ରମ ଆଇନ ବିରୋଧରେ ଆସନ୍ତା 26 ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହିପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବିକ୍ଷୋଭକୁ ନେଇ ଏକ ରଣନୀତି ପ୍ରସ୍ତୁତ କାରଯାଇଛି । ଅଧିକ ପଢନ୍ତୁ...
ବୌଦ୍ଧରେ କୃଷିନୀତି ଓ ଶ୍ରମଆଇନକୁ ବିରୋଧ, ବିକ୍ଷୋଭ ନେଇ ରଣନୀତି ପ୍ରସ୍ତୁତ
ଏନେଇ ଆଜି(ଶୁକ୍ରବାର) ମାଉସୀମା ମନ୍ଦିର ପ୍ରାଙ୍ଗଣରେ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ନୂତନ କୃଷି ଆଇନ ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଘଟୁଥିବା ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଛି । ତେବେ ବୌଦ୍ଧ ଜିଲ୍ଲାର ଆଇଏନଟିୟୁସି, ଏଚଏମଏସ ଓ ଏଆଇଟିୟୁସି ଭଳି ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ