ଓଡିଶା

odisha

ETV Bharat / state

ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ - ବୌଦ୍ଧରେ ଅଘୋଷିତ ବିଦ୍ୟୁତ କାଟ

ବୌଦ୍ଧରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ରାଜରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ତୁରନ୍ତ ଏଦିଗରେ ଟାଟା ପାଓ୍ବାର କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି । ଅଧିକ ପଢନ୍ତୁ

ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

By

Published : Apr 9, 2022, 10:49 AM IST

ବୌଦ୍ଧ:ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ବୋଝ ଉପରେ ନଳିତା ବିଡା ଭଳି ମନେହେଉଛି । ତୁରନ୍ତ ଏଦିଗରେ ଟାଟା ପାଓ୍ବାର କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଟାଟା ପାଓ୍ବାର ବିଦ୍ୟୁତ କମ୍ପାନୀ ଚରମ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ବ୍ଲକର ମନମୁଣ୍ଡା, କଣ୍ଟାମାଳ ଓ ଘଣ୍ଟାପଡା ଷ୍ଟ୍ରକଚର ରେ ବ୍ୟାପକ ସମସ୍ୟା ଯୋଗୁଁ ଦିନ ଦିନ ଧରି ବିଦ୍ୟୁତ ସଂଯୋଗ ବିଛିନ୍ନ ରହୁଛି । ବିଦ୍ୟୁତ ବିଭ୍ରାଟ କୁନେଇ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ସେପଟେ ତେଲନଦୀ ଉପର ଦେଇ ଆସିଥିବା ବିଦ୍ୟୁତ ତାର ଛିଣ୍ଡିଯିବା କାରଣରୁ ଗତ ସପ୍ତାହରେ ମନମୁଣ୍ଡା କଣ୍ଟାମାଳ ଅଞ୍ଚଳ ପାଞ୍ଚ ଦିନ ଧରି ଅନ୍ଧକାରରେ ରହିଥିଲା । ତୁରନ୍ତ ଏଦିଗରେ ଟାଟା ପାଓ୍ବାର କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details