ଓଡିଶା

odisha

ETV Bharat / state

ସମସ୍ୟା ଘେରରେ କଣ୍ଟାମାଳ ବ୍ଲକ, ତେଜୁଛି ଜନ ଅସନ୍ତୋଷ - ଗମନାଗମନ ସମସ୍ୟା

Lack Of developement in Boudh: ବୌଦ୍ଧ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘ ବର୍ଷ ହେଲା ହୋଇପାରୁନାହିଁ । ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ

problems faced by people
ବୌଦ୍ଧରେ ବ୍ୟାପକ ସମସ୍ୟା

By ETV Bharat Odisha Team

Published : Dec 26, 2023, 6:33 AM IST

ବୌଦ୍ଧରେ ବ୍ୟାପକ ସମସ୍ୟା

ବୌଦ୍ଧ:ପ୍ରଶାସନର ଇଚ୍ଛାଶକ୍ତିର ଅଭାବରୁ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ବିକାଶ ବାଟବଣା। ବିଶେଷ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘ ବର୍ଷ ହେଲା ହୋଇପାରୁନାହିଁ । ବିଭିନ୍ନ ଅଞ୍ଚଳରେ ସରକାରୀ ଯୋଜନାର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି । ବ୍ଲକ ଗଠନର 60 ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଥିବାବେଳେ ସମସ୍ୟାର ଲମ୍ବା ତାଲିକା ରହିଛି । ଜିଲ୍ଲାର 24ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି କଣ୍ଟାମାଳ ବ୍ଲକ । ବ୍ଲକରେ କୌଣସି ବୃହତ ଶିଳ୍ପ କିମ୍ବା ଶିକ୍ଷାନୁଷ୍ଠାନ ନଥିବାରୁ ଏଠାରୁ ପ୍ରତିବର୍ଷ ଦାଦନ ଖଟିବାକୁ ହଜାର ହଜାର ପରିବାର ବାହର ରାଜ୍ୟକୁ ଯାଉଛନ୍ତି ।

ସେପଟେ ଶ୍ରମିକଙ୍କୁ ଦଲାଲମାନେ ସହାୟତା ଯୋଗାଇ ଦେବା ନାଁରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟରେ ବାଧକ ସାଜିଛି ଗମନାଗମନର ଅବ୍ୟବସ୍ଥା । ଲମ୍ବସରୀ, ବରଗାଁ, ଉମା, ନାରାୟଣ ପ୍ରସାଦ, ବରଗୋଛା, ଶୁଣ୍ଢିପଦର ଭଳି ବିଭିନ୍ନ ପଞ୍ଚାୟତର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗ ସଠିକ ଭାବେ ହୋଇପାରୁନାହିଁ । ଫଳରେ ସେସବୁ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ରହିଛି । ସେପଟେ ଅସହାୟ ହିତାଧିକାରୀମାନେ ବାଧ୍ୟ ହୋଇ ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ଭରସା କରି ଚଳୁଛନ୍ତି ।


କେବଳ କଣ୍ଟାମାଳ ଓ ମନମୁଣ୍ଡାଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିବାବେଳେ ବିଶେଷଜ୍ଞ ଡାକ୍ତର ଅଭାବ ପ୍ରାୟ ସମୟରେ ଲାଗି ରହୁଛି । ସେପଟେ କଣ୍ଟାପଡ଼ାଠାରୁ ନେଇ ଲମ୍ବସରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟାପକ ଅବ୍ୟବସ୍ଥା ଘେରରେ ଛନ୍ଦି ହୋଇରହିଛି । କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ତେଲନଦୀ କୂଳରେ ଲୋକାପଡ଼ା ଗ୍ରାମରେ ଏକ ମେଗା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ପ୍ରକଳ୍ପରୁ ପାନୀୟଜଳ ଯୋଗାଣ ସାମାନ୍ୟ ହୋଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ...ଗଣତନ୍ତ୍ର ବଞ୍ଚାଅ ନାରା ଦେଇ ବିକ୍ଷୋଭ କଲା ବୌଦ୍ଧ ଜିଲ୍ଲା କଂଗ୍ରେସ

ଫଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଲାଗି ରହିଛି । କେବଳ ଠିକାଦାର ପୋଷା ନୀତିରେ ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ କଣ୍ଟାମାଳକୁ ଏନ୍‌ଏଏସି ସହିତ ସବ୍‌ଡିଭିଜନ ମାନ୍ୟତା ପାଇଁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ସୁଫଳ ମିଳିନାହିଁ । ତେଣୁ ବାରମ୍ବାର ଏନେଇ ଜନ ଅସନ୍ତୋଷ ବଢ଼ୁଥିବାବେଳେ ଆନ୍ଦୋଳନ ମୁଣ୍ଡ ଟେକୁଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details