ଓଡିଶା

odisha

ETV Bharat / state

କୋରୋନା ପାଇଁ ଅସଜଡା ହୋଇ ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା - ମାରଡା ଗ୍ରାମର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

ଅସଜଡା ହୋଇ ପଡିଛି ବୌଦ୍ଧ ଜିଲ୍ଲାର ଉପାନ୍ତ ମାରଡା ଗ୍ରାମର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ଫଳରେ ଅନିଶ୍ଚିତତା ଦିଗକୁ ଠେଲି ହୋଇ ଯାଇଛି କୋମଳମତି ଶିଶୁଙ୍କ ଭାଗ୍ୟ । ଅଧିକ ପଢନ୍ତୁ...

କୋରୋନା ପାଇଁ ଅସଜଡା ହୋଇ ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା
କୋରୋନା ପାଇଁ ଅସଜଡା ହୋଇ ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

By

Published : Jan 19, 2021, 12:36 PM IST

ବୌଦ୍ଧ: ଅସଜଡା ହୋଇ ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ଫଳରେ କୋମଳମତି ଶିଶୁଙ୍କ ଭାଗ୍ୟ ଅନିଶ୍ଚିତତା ଦିଗକୁ ଠେଲି ହୋଇ ଯାଇଛି । କୋରୋନା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀ । ବିଶେଷକରି ବୌଦ୍ଧ ଜିଲ୍ଲାର ଉପାନ୍ତ ମାରଡା ଗ୍ରାମରେ ଦୀର୍ଘ ଦିନ ହେଲା ଛୋଟ ଶିଶୁଙ୍କୁ ଅଙ୍ଗନବାଡି ବନ୍ଦ ହେତୁ ସୁଷମ ଖାଦ୍ୟ ମିଳିପାରୁ ନଥିବା ଅଭିଯୋଗ ହୋଇଛି ।

କୋରୋନା ପାଇଁ ଅସଜଡା ହୋଇ ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା
କୋରୋନା ପାଇଁ ଅସଜଡା ହୋଇ ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

ସେପଟେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ଡାଙ୍ଗପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନାଁରେ ବିଦ୍ୟାଳୟର ବ୍ୟାପକ ସାମଗ୍ରୀ ହରଣଚାଳ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ କୋଠରୀରେ ସମଗ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ନିର୍ଭରଶୀଳ ଥିବା ବେଳେ ବର୍ତ୍ତମାନ ଶିକ୍ଷା ବିଭାଗର ଅବହେଳା ଯୋଗୁଁ ବିଦ୍ୟାଳୟ ବନ୍ଦ ହେବା ଅବସ୍ଥାରେ ପହଞ୍ଚିଛି ।

ଅନ୍ୟପଟେ ଚାରିଛକଠାରେ 2005 ବ୍ୟାଚର ଶିକ୍ଷକଙ୍କ ବହୁବିଧ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇବା ସହ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଦାବି କରାଯାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

Disrupte

ABOUT THE AUTHOR

...view details