ଓଡିଶା

odisha

ETV Bharat / state

ଜଙ୍ଗଲ ଅଗ୍ନିକାଣ୍ଡକୁ ନେଇ ଉଦବେଗ, ବୌଦ୍ଧ ବନଖଣ୍ଡର ଆଗୁଆ ପଦକ୍ଷେପ - ବୌଦ୍ଧ ବନଖଣ୍ଡର ବୈଠକ

ବୌଦ୍ଧ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଗତ ବର୍ଷର ଭୟାବହ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଜଙ୍ଗଲରେ ଅଗ୍ନିକାଣ୍ଡ କୁନେଇ ବୌଦ୍ଧ ବନଖଣ୍ଡର ଆଗୁଆ ପଦକ୍ଷେପ
ଜଙ୍ଗଲରେ ଅଗ୍ନିକାଣ୍ଡ କୁନେଇ ବୌଦ୍ଧ ବନଖଣ୍ଡର ଆଗୁଆ ପଦକ୍ଷେପ

By

Published : Feb 12, 2022, 7:43 AM IST

ବୌଦ୍ଧ: ଜିଲ୍ଲାରେ ଜଙ୍ଗଲ ସୁରକ୍ଷାକୁ ନେଇ ବୌଦ୍ଧ ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିଆଁର ଆଁରୁ ଜଙ୍ଗଲକୁ ସୁରକ୍ଷିତ କରିବା ପାଇଁ ଜରୁରୀ ବୈଠକରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି । ଜଙ୍ଗଲରେ ଫାୟାର ଲାଇନ କଟାଯିବା ସହ ବନ୍ୟଜନ୍ତୁଙ୍କ ପାଇଁ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ବନାଗ୍ନି ସମୟରେ ଜଙ୍ଗଲ ବିଭାଗ ସ୍ଥାନୀୟ ବନ ସୁରକ୍ଷା ସମିତି ଓ ସ୍ଥାନୀୟ ପଞ୍ଚାୟତର ସହାୟତା ନେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପିଡି ଓ ସମସ୍ତ ସହଯୋଗୀ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଜଙ୍ଗଲରେ ଅଗ୍ନିକାଣ୍ଡ କୁନେଇ ବୌଦ୍ଧ ବନଖଣ୍ଡର ଆଗୁଆ ପଦକ୍ଷେପ

ବିଭିନ୍ନ ଜଙ୍ଗଲରେ ପ୍ରତ୍ୟେକ ବର୍ଷ ଅଗ୍ନିକାଣ୍ଡ ଘଟି ବ୍ୟାପକ ଜଙ୍ଗଲ ସମ୍ପଦ କ୍ଷତି ହେବାସହ ବନ୍ୟଜନ୍ତୁ ମାନେ ଏହାଦ୍ବାରା ଗଭୀର ପ୍ରଭାବିତ ହେଉଛନ୍ତି । ଗତବର୍ଷ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ପ୍ରାୟ 15ଶହ ସ୍ଥାନରେ ବନାଗ୍ନି ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ଘଟିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ଖରାଦିନ ଆରମ୍ଭ ନହେଉଣୁ ଦୁଇଟି ଜଙ୍ଗଲରେ ନିଆଁଲାଗି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details