ବୌଦ୍ଧ: ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟରେ ଯୋଗ ଦେଲେ ପ୍ରହଲ୍ଲାଦ ସହାୟ ମୀନା । ଗତ ଜୁଲାଇ 31 ତାରିଖରେ ପୂର୍ବତନ ଏସପି ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଅବସର ଗ୍ରହଣ କରିଥିଲେ । ତେଣୁ ପରେ ରାଜ୍ୟ ଗୃହବିଭାଗର ମୀନାଙ୍କ ନାମ ଘୋଷଣା କରିଯାଇଥିଲା । ବୁଧବାର ପ୍ରହଲ୍ଲାଦ ମୀନା ବୌଦ୍ଧ ଆରକ୍ଷୀ ମୁଖ୍ୟାଳୟରେ ପହଞ୍ଚି ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ବୌଦ୍ଧର ନୂତନ SP ଭାବେ ଦାୟିତ୍ବ ନେଲେ ପ୍ରହଲ୍ଲାଦ ମୀନା - prahlad meena new sp of boudh
ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟରେ ଯୋଗଦେଲେ ପ୍ରହଲ୍ଲାଦ ସହାୟ ମୀନା । ଜିଲ୍ଲାର ଆଇନ ଶୃଙ୍ଖଳା ଯେଭଳି ସାମାନ୍ୟ ରହିବ ସେନେଇ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି । ଅଧିକ ପଢନ୍ତୁ
ବୌଦ୍ଧର ନୂତନ ଏସପି ଭାବରେ କାର୍ଯ୍ୟଭାର ଗ୍ରହଣ କଲେ ପ୍ରହଲ୍ଲାଦ ମୀନା
ତେବେ ବୌଦ୍ଧ ଜିଲ୍ଲାର ଛ ଗୋଟି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ସାମାନ୍ୟ ରଖିବାକୁ ସେ ଜିଲ୍ଲାବାସୀଙ୍କୁ ସହଯୋଗ କାମନା କରିଛନ୍ତି । ମୋ ସରକାର ଅନ୍ତର୍ଗତ ଜିଲ୍ଲାର ସମସ୍ତ ନାଗରିକଙ୍କ ଧନଜୀବନ ସୁରକ୍ଷା ତାଙ୍କ ପାଇଁ ପ୍ରାଥମିକତା ହେବ ବୋଲି ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି ।ଏଥିସହ ବୌଦ୍ଧ ଜିଲ୍ଲାର ଉପାନ୍ତ ତଥା ସୀମାନ୍ତ ଅଞ୍ଚଳରେ ହେଉଥିବା ବେଆଇନ ଗଞ୍ଜେଇ କାରବାର ଓ କେକେବିଏନ ମାଓ ଗତିବିଧି ଉପରେ ମଧ୍ୟ ସେ ନଜର ଦେବେ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ