ଓଡିଶା

odisha

ETV Bharat / state

Panchayat poll: ପାଖଉଛି ନିର୍ବାଚନ ତାରିଖ, ବଢୁଛି ହିଂସା ! - ବୌଦ୍ଧରେ ପୌଲିସର ପାଟ୍ରୋଲିଂ

ବୌଦ୍ଧରେ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ । ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଣ୍ଟାମାଳ ବ୍ଲକର ସମସ୍ତ 24 ଗୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

Panchayat poll : ପାଖଉଛି ନିର୍ବାଚନ ତାରିଖ , ବୃଦ୍ଧି ପାଉଛି ହିଂସା !
Panchayat poll : ପାଖଉଛି ନିର୍ବାଚନ ତାରିଖ , ବୃଦ୍ଧି ପାଉଛି ହିଂସା !

By

Published : Feb 14, 2022, 7:22 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଚାଲିଛି । ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଣ୍ଟାମାଳ ବ୍ଲକର ସମସ୍ତ 24 ଗୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଜିଲ୍ଲାର ଉତ୍ତେଜନା ପ୍ରବଣ ମନମୁଣ୍ଡା ଥାନା ଓ କଣ୍ଟାମାଳ ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରାକ ନିର୍ବାଚନୀ ହିଂସାକାଣ୍ଡ ବୃଦ୍ଧି ପାଉଛି ।

Panchayat poll : ପାଖଉଛି ନିର୍ବାଚନ ତାରିଖ , ବୃଦ୍ଧି ପାଉଛି ହିଂସା !

ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ଉତ୍ତେଜନା ପ୍ରବଣ ବୁଥ ତଥା ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯିବା ସହିତ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି । ତେବେ ଲମ୍ବସରୀ, ଘିକୁଣ୍ଡି ଭଳି କେତେକ ପଞ୍ଚାୟତରେ ବର୍ତ୍ତମାନ ଦଶରୁ ଊର୍ଦ୍ଧ୍ବ ଭାଇରାଲ ଭିଡିଓରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।

ସେପଟେ ବାଉଁଶୁଣୀ ଥାନା ଅନ୍ତର୍ଗତ ଗୋଛାପଡା ଓ ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତରେ ବାରମ୍ବାର ନିର୍ବାଚନୀ ହିଂସାକାଣ୍ଡ ଲାଗି ରହୁଥିଲେ ମଧ୍ୟ ପୋଲିସର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଶନିବାର ରାତିରେ ଶୁଣ୍ଢିପଦର ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ଗାଡି ଭଙ୍ଗାରୁଜା ସହିତ ତିନି ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେଇ ଶୁଣ୍ଢିପଦର ପଞ୍ଚାୟତରେ ବ୍ୟାପକ ପୋଲିସ ମୁତୟନ ପାଇଁ ଖୋଦ ଜଣେ ସରପଞ୍ଚ ପ୍ରାର୍ଥୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details