ବୌଦ୍ଧ: ଏଟିଏମ ଲୁଟ ଉଦ୍ୟମ କରି ଫସିଲେ ଲୁଟେରା । ବୌଦ୍ଧ ସହରର ବୁଟୁପାଲିଠାରେ ଏଡିବି ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରୁଥିବା ଦୁଇ ଲୁଟେରାଙ୍କୁ କାବୁ କରିଛି ପୋଲିସ ।
ଜିଲ୍ଲାର ଅନେକ ସ୍ଥାନରେ ଖୋଲା ମେଲା ସ୍ଥାନରେ ରହିଛି ଏଟିଏମ । ପ୍ରାୟ ଏଟିଏମରେ କୌଣସି ସୁରକ୍ଷାକର୍ମୀ ନାହାନ୍ତି । ଫଳରେ ଲୁଟେରାଙ୍କ ଟାର୍ଗେଟରେ ରହିଛି ଅନେକ ଏଟିଏମ । ଆଜି ସକାଳୁ ବୁଟୁପାଲି ଏଡିବି ବ୍ୟାଙ୍କ ଏଟିଏମ କାଉଣ୍ଟରରୁ ଦୁଇ ଲୁଟେରା ଲୁଟ ଉଦ୍ୟମ କରୁଥିଲେ । ପ୍ରଥମେ ଏଟିଏମ କ୍ୟାମେରାକୁ ଭାଙ୍ଗିବା ପରେ ଏଟିଏମରୁ ଲୁଟ ଉଦ୍ୟମ କରିଥିଲେ । ସେଠାକାର ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।