ଓଡିଶା

odisha

ETV Bharat / state

ପେଟ୍ରୋଲ ପମ୍ପ ମାଲିକଙ୍କୁ ଆକ୍ରମଣ ଘଟଣା, 5 ଅଭିଯୁକ୍ତ ଗିରଫ

ପେଟ୍ରୋଲ ପମ୍ପ ମାଲିକ ନଟବରଲାଲ ଅଗ୍ରୱାଲଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ମାନଙ୍କୁ ଗିରଫ କଲା ବୌଦ୍ଧ ପୋଲିସ । ଅଧିକ ପଢନ୍ତୁ...

By

Published : Jun 25, 2021, 9:46 PM IST

ପେଟ୍ରୋଲ ପମ୍ଫ ମାଲିକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ପେଟ୍ରୋଲ ପମ୍ଫ ମାଲିକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବୌଦ୍ଧ: ଜିଲ୍ଲା ପୋଲିସର ତ୍ବରିତ ପଦକ୍ଷେପ ଫଳରେ ଏକ ମରଣାନ୍ତକ ଆକ୍ରମଣ ମାମଲାର ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ବୌଦ୍ଧ ଜିଲ୍ଲା ସଦର ଆଦର୍ଶ ଥାନା ଅନ୍ତର୍ଗତ ଗମ୍ଭାରୀପଦର ଠାରେ ଥିବା ଏକ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗତ 18 ତାରିଖରେ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ପେଟ୍ରୋଲ ପମ୍ପ ମାଲିକ ଜଣେ ଆଇନଜୀବୀ ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବୌଦ୍ଧ ବାର ଆସୋସିଏସନ, ବ୍ୟବସାୟୀ ସଂଘ ଓ ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ଦାବି କରାଯାଇଥିଲା ।

ପେଟ୍ରୋଲ ପମ୍ଫ ମାଲିକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପେଟ୍ରୋଲ ପମ୍ପ ମାଲିକ ନଟବରଲାଲ ଅଗ୍ରୱାଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଥିଲା । ସେପଟେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ପ୍ରଥମ ଦିନରୁ ପୋଲିସ କାବୁ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ମାନେ ଫେରାର ଥିଲେ ।

ବୌଦ୍ଧ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ସ୍କ୍ବାର୍ଡ ଗଠନ କରାଯାଇ ନୟାଗଡ଼ ଠାରୁ ଚାରି ଅଭିଯୁକ୍ତଙ୍କ ସମେତ ସମୁଦାୟ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବୌଦ୍ଧ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details