ଓଡିଶା

odisha

By

Published : Oct 23, 2022, 3:35 PM IST

ETV Bharat / state

ବୌଦ୍ଧରେ ମାଧ୍ୟାମିକ ଶିକ୍ଷା ହେଲା ସହଜ, ଉପାନ୍ତ ଅଞ୍ଚଳରେ ହାଇସ୍କୁଲ ସହ ସଂଲଗ୍ନ ହେଲା ଯୁକ୍ତଦୁଇ

ମନ୍ତ୍ରୀଙ୍କ ନିଜ ପଞ୍ଚାୟତରେ ଶିକ୍ଷାର ବିକାଶ ପାଇଁ ହାଇସ୍କୁଲରେ ସଂଲଗ୍ନ ହେଲା ମାଧ୍ୟମିକ ଶିକ୍ଷା (plus two classes to included with high school)। ଏନେଇ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଉପାନ୍ତ ଅଞ୍ଚଳରେ ଉଚ୍ଚ ଶିକ୍ଷା ପାଇଁ ଏହା ଅତ୍ୟନ୍ତ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

plus two classes to included with high school in rural area of boudh
ଉପାନ୍ତ ଅଞ୍ଚଳରେ ହାଇସ୍କୁଲରେ ସଂଲଗ୍ନ ହେଲା ଯୁକ୍ତ ଦୁଇ

ବୌଦ୍ଧ:ଜିଲ୍ଲାର ଉପାନ୍ତ ଅଞ୍ଚଳରେଏଣିକି ହାଇସ୍କୁଲ୍‌ରେ ବି ମିଳିବ ଉଚ୍ଚ ମାଧ୍ୟାମିକ ଶିକ୍ଷା । ଶିକ୍ଷାର ବିକାଶ ପାଇଁ ହାଇସ୍କୁଲରେ ସଂଲଗ୍ନ ହେଲା ଉଚ୍ଚ ମାଧ୍ୟମିକ ଶ୍ରେଣୀ । ଅଞ୍ଚଳର ମହାବିଦ୍ୟାଳୟ କିମ୍ବା ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଅଭାବରୁ ଶିକ୍ଷା ଗ୍ରହଣରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହେବା ଆଶଙ୍କା ରହୁଥିଲା । (plus two classes to included with high school) ପ୍ରାୟ ୨୦ରୁ ୨୫ କିଲୋମିଟର ଦୂରରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ ଅତ୍ୟନ୍ତ କଷ୍ଟକର ହୋଇ ପଡିଥିଲା । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲାର ଦୁଇଟି ହାଇସ୍କୁଲରେ ମାଧ୍ୟମିକ ଶିକ୍ଷାକୁ ସଂଲଗ୍ନ କରିଛନ୍ତି ।

ଉପାନ୍ତ ଅଞ୍ଚଳରେ ହାଇସ୍କୁଲରେ ସଂଲଗ୍ନ ହେଲା ଯୁକ୍ତ ଦୁଇ

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ବୀରନରସିଂପୁର ଓ ଅତ୍ୟନ୍ତ ଉପାନ୍ତ ବ୍ରାହ୍ମଣୀପାଲି ଉଚ୍ଚ ବିଦ୍ୟାଳୟ ଦ୍ବୟରେ ଯୁକ୍ତ ଦୁଇ ଶ୍ରେଣୀ ସଂଲଗ୍ନ ହେବ । ଫଳରେ ବ୍ରାହ୍ମଣୀପାଲି ପଞ୍ଚାୟତ ସମେତ ବଘିଆପଡା, ଟିକରପଡା, ଆମ୍ବଝରୀ, ମୁଣ୍ଡାପଡା ଭଳି ପଞ୍ଚାୟତର ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିପାରିବେ । ପୂର୍ବରୁ ଏସବୁ ଅଞ୍ଚଳର ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରେ ଅତ୍ୟନ୍ତ କଷ୍ଟରେ ଦୂର ଦୂରାନ୍ତରକୁ ଯାଇ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରୁଥିଲେ ।

ବ୍ରାହ୍ମଣୀପାଲି ଭଳି ଉପାନ୍ତ ସ୍ଥାନରେ ଥିବା ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷା ମିଳିବା ନେଇ ସୂଚନା ମିଳିବା ପରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଖୁସି ଜାହିର କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏନେଇ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନରେ ମାଧ୍ୟାମିକ ସହ ଉଚ୍ଚ ମାଧ୍ୟାମିକ ଶିକ୍ଷା ଦ୍ବାରା ବୌଦ୍ଧ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ ନିଶ୍ଚିତ ଉପକୃତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details