ଓଡିଶା

odisha

ETV Bharat / state

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହେଲା +2ଇ ଆଡମିସନ - ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହେଲା +2ଇ ଆଡମିସନ

ସାରା ରାଜ୍ୟରେ ଆରମ୍ଭ ହୋଇଥିବା +2 ଇ ଆଡମିଶନ ପ୍ରକ୍ରିୟା । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ସମସ୍ତ ଚାରୋଟି ବର୍ଗର ୪୮୪ ଟି ସିଟ ପାଇଁ ଆଡମିସନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହେଲା +2ଇ ଆଡମିସନ
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହେଲା +2ଇ ଆଡମିସନ

By

Published : Sep 21, 2020, 6:21 PM IST

ବୌଦ୍ଧ: ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହେଲା +2 ଇ ଆଡମିସନ ପ୍ରକ୍ରିୟା । ମହାବିଦ୍ୟାଳୟରେ ଯୁକ୍ତ ଦୁଇର ସମସ୍ତ ଚାରୋଟି ବର୍ଗରେ ଥିବା ୪୮୪ ଟି ସିଟ ପାଇଁ ଏହି ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହେଲା +2ଇ ଆଡମିସନ

ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ମହାବିଦ୍ୟାଳୟରେ ଆରମ୍ଭ ହେଲା ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟା । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ସମସ୍ତ ଚାରୋଟି ବର୍ଗର ୪୮୪ ଟି ସିଟ ପାଇଁ ଆଡମିସନ ଆରମ୍ଭ ହୋଇଛି । ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ୧୯୬ ,ବିଜ୍ଞାନରେ ୧୨୮, ବାଣିଜ୍ୟରେ ୧୨୮ ଓ ଭୋକେସନାଲରେ ୩୨ଟି ସିଟ ରହିଥିବାବେଳେ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ବିତୀୟ ପସନ୍ଦରେ ଆଡମିସନ ନେଉଥିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ ଭଳି କେତୋଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ମାର୍କସିଟ କିମ୍ବା କୌଣସି ସାର୍ଟିଫିକେଟ ନଥିବାରୁ ଆଡମିସନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଛି । ଯାହପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଅଣ୍ଡରଟେକିଂ ଦ୍ବାରା ସେମାନଙ୍କୁ ଆଡମିସନ ସୁଯୋଗ ଦିଆଯାଉଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details