ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ଦମ୍ପତିଙ୍କ ଅକୁହା କଥା, ପରିବାର ପ୍ରତିପୋଷଣ ପାଇଁ ଆପଣେଇଛନ୍ତି ଭିକ୍ଷାବୃତ୍ତି

ପରିବାରରେ ସାତ ପ୍ରାଣୀ । ପାଞ୍ଚ ସନ୍ତାନର ଜନକ ପିଲାଙ୍କୁ ପାଠ ପଢାଇବାକୁ ନିରୁପାୟ ହୋଇ ଶେଷରେ ଭିକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି ଦିବ୍ୟାଙ୍ଗ ଦମ୍ପତି ।

By

Published : Oct 18, 2019, 11:56 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଗରିବୀର ଦୁର୍ଦ୍ଦିନ ଭିତରେ ଦିବ୍ୟାଙ୍ଗ ଦମ୍ପତି । କଣ୍ଟାମାଳ ବ୍ଲକର ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ତୁବୁଡା ଗାଁ ରେ ବାସ କରନ୍ତି ଦୃଷ୍ଟି ବାଧିତ ଧନେଶ୍ବର ତାଣ୍ଡିଆ ଓ ପତ୍ନୀ ସୁକାନ୍ତି । ଉଭୟଙ୍କ ଚାରୋଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଏତେ ବଡ ପରିବାରକୁ ଚଳାଇବା ପାଇଁ ସାଜିଛନ୍ତି ଅକ୍ଷମ ।

ଅସହାୟ ଦିବ୍ୟାଙ୍ଗଙ୍କ ଅକୁହା କଥା...

ପାଠ ପଢିବା ବୟସରେ ଭିକ୍ଷା ବୃତ୍ତି ଆପଣେଇଛନ୍ତି କୁନି କୁନି ଝିଅ । ଏବେ ବଡଝିଅ ନବମ ଶ୍ରେଣୀରେ ପଢୁଥିବା ଥିବା ବେଳେ ଓ ଅନ୍ୟ ଦୁଇ ଜାଆଁଳା ଝିଅ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ପରିବାର ଅକ୍ଷମ ହେତୁ ଭିକ୍ଷା ମାଗିବାକୁ ବାଧ୍ୟ ହୋଇଛନ୍ତି କୁନି ଝିଅ ।

ଏହି ଦିବ୍ୟାଙ୍ଗ ଦମ୍ପତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ଭିକ୍ଷା କରୁଥିବା ଛୋଟ ପିଲାଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଯୋଜନାରେ ଅନ୍ତ୍ରଭୁକ୍ତ କରିବାକୁ ମଧ୍ୟ ଦାବି ହୋଇଛି । ଏପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ସରକାରୀ ଘର ଖଣ୍ଡେ ମିଳି ନଥିବାରୁ ଚାଳ ଘରେ ବାସ କରୁଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details