ଓଡିଶା

odisha

ETV Bharat / state

ମୂଲ୍ୟବାନ ଗଛକଟାକୁ ନେଇ ବୌଦ୍ଧରେ ତୀବ୍ର ଅସନ୍ତୋଷ

ଉନ୍ନୟନ ନାଁରେ ବଡ ବଡ ଗଛକଟା କୁନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ।ଗୋଚର ଜମିରେ ଲାଗିଥିବା ମୂଲ୍ୟବାନ ଶାଗୁଆନ ଗଛକଟା ବର୍ତ୍ତମାନ ପୁରୁଣାକଟକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।ଅଧିକ ପଢନ୍ତୁ

By

Published : Jun 10, 2022, 5:42 PM IST

Updated : Jun 10, 2022, 6:31 PM IST

people opposed valuable tree cutting in Boudh
ରାତି ଅଧିଆ ଗୋଚର ଜମିରୁ ଶାଗୁଆନ ଗଛକଟାକୁ ନେଇ ଅସନ୍ତୋଷ

ବୌଦ୍ଧ: ସର୍ବସାଧାରଣ ତଥା ଗୋଚର ଜମିରେ ଲାଗିଥିବା ମୂଲ୍ୟବାନ ଶାଗୁଆନ ଗଛକଟାକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକର ପ୍ରସ୍ତାବିତ ବସଷ୍ଟାଣ୍ଡ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ସେହି ଅଞ୍ଚଳରେ ଥିବା ଗୋଚର ଜମିରୁ ଗତ ଦୁଇ ଦିନ ତଳେ କେତେକ ଅଜଣା ଲୋକେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇଥିବା ନେଇ ଅଭିଯୋଗ ହୋଇଛି । ପୁରୁଣାକଟକ ସ୍ଥିତ ମହାବିଦ୍ୟାଳୟ ନିକଟରେ ଥିବା ଏସବୁ ଜମି ଗୋଚର ହୋଇଥିବାବେଳେ ଭବିଷ୍ୟତରେ ଏଠାରେ ବସଷ୍ଟାଣ୍ଡ ପାଇଁ ପ୍ରସ୍ତାବ ରହିଛି ।

କିନ୍ତୁ ଗତ ଦୁଇ ଦିନ ତଳେ କେତେକ ଲୋକେ ଏଠାରୁ ଶାଗୁଆନ ଗଛକାଟି ନେବା ପରେ ସ୍ଥାନୀୟ ଲୋକେ ପୁରୁଣାକଟକ ବନାଞ୍ଚଳ ଅଧିକାରୀଙ୍କଠାରେ ଅଭିଯୋଗ କରିଥିଲେ । ତେବେ ଏସବୁ ଗଛ କିଏ ଓ କାହିଁକି କାଟିଲା ସେନେଇ କୌଣସି ସୂଚନା ନଥିଲେ ମଧ୍ୟ ବନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି ।ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ମୂଲ୍ୟବାନ ଗଛ କଟା ବାରମ୍ବାର ଘଟୁଥିବାରୁ ଏନେଇ ପରିବେଶପ୍ରେମୀ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ମୂଲ୍ୟବାନ ଗଛକଟାକୁ ନେଇ ବୌଦ୍ଧରେ ତୀବ୍ର ଅସନ୍ତୋଷ
Last Updated : Jun 10, 2022, 6:31 PM IST

ABOUT THE AUTHOR

...view details