ଓଡିଶା

odisha

ETV Bharat / state

ମହାନଦୀ କୂଳରେ ଥାଇ ବି ଶୋଷିଲା ହରଭଙ୍ଗାବାସୀ

ମହାନଦୀ କୂଳରେ ଥାଇ ମଧ୍ୟ ମେଣ୍ଟୁନି ହରଭଙ୍ଗା ଅଞ୍ଚଳବାସୀଙ୍କ ଶୋଷ । ଆଉ ଖାମଖିଆଲି ଭାବରେ ପ୍ରକଳ୍ପ ନିର୍ମାଣ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ବୋଲି ଖୋଦ ସରପଞ୍ଚ ଆଣିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ...

By

Published : Jan 25, 2020, 11:50 PM IST

water problem in harbhanga block, boudh water problem, boudh latest news, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ଜଳସମସ୍ୟା, ହରଭଙ୍ଗା ବ୍ଲକରେ ଜଳ ସମସ୍ୟା
ମହାନଦୀ କୂଳରେ ଥାଇ ବି ଶୋଷିଲା ହରଭଙ୍ଗାବାସୀ

ବୌଦ୍ଧ: ମହାନଦୀ କୂଳରେ ଥାଇ ମଧ୍ୟ ମେଣ୍ଟୁନି ହରଭଙ୍ଗା ଅଞ୍ଚଳବାସୀଙ୍କ ଶୋଷ । ଆଉ ଖାମଖିଆଲି ଭାବରେ ପ୍ରକଳ୍ପ ନିର୍ମାଣ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ବୋଲି ଖୋଦ ସରପଞ୍ଚ ଆଣିଛନ୍ତି ଅଭିଯୋଗ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ପଞ୍ଚାୟତ ହରଭଙ୍ଗା ମହାନଦୀ କୂଳରେ ଅବସ୍ଥିତ । ହେଲେ ବର୍ଷ ବର୍ଷ ଧରି ଏହି ନଦୀ କୂଳିଆ ଗ୍ରାମରେ ଜଳକଷ୍ଟ ଲାଗି ରହୁଛି ।

ମହାନଦୀ କୂଳରେ ଥାଇ ବି ଶୋଷିଲା ହରଭଙ୍ଗାବାସୀ

ପୂର୍ବରୁ ତିନି ତିନି ଥର ମହାନଦୀ କୂଳରେ ଓ ମହାନଦୀ ଗର୍ଭରେ ଇନଟେକ ଓ୍ବେଲ(ଗଭୀର କୂପ) ଖନନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ହରଭଙ୍ଗାବାସୀଙ୍କ ଜଳକଷ୍ଟ ଦୂର ହୋଇପାରି ନାହିଁ ।

ଏଥିପାଇଁ ଉପଯୁକ୍ତ ଭାବରେ ଜଳ ଉତ୍ସ କିମ୍ବା ଠିକରେ ପ୍ରକଳ୍ପ ନିର୍ମାଣ କରାଯାଉନଥିବା ଅଭିଯୋଗ କରିଛନ୍ତି ଖୋଦ ହରଭଙ୍ଗା ସରପଞ୍ଚ । ଏବେ ପୁଣି 45 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅକାମୀ ହୋଇ ପଡିଥିବାରୁ ହରଭଙ୍ଗା ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ସହିତ ଏହି ପ୍ରକଳ୍ପ ସବୁ କାହା ସ୍ବାର୍ଥରେ ନିର୍ମାଣ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details