ଓଡିଶା

odisha

ETV Bharat / state

ଠକୁଛନ୍ତି ଠିକାଦାର, ସମ୍ପୂର୍ଣ୍ଣ ହେଉନି ସେତୁ ହନ୍ତସନ୍ତ ହେଉଛନ୍ତି 10 ପଞ୍ଚାୟତବାସୀ - ବୌଦ୍ଧ ରାସ୍ତା କାମରେ ଅନିୟମିତତା

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସମ୍ପୂର୍ଣ୍ଣ ହେଉନି ରାସ୍ତା କାମ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅଧିକ ପଢ଼ନ୍ତୁ

ସମ୍ପୂର୍ଣ୍ଣ ହେଉନି ସେତୁ
ସମ୍ପୂର୍ଣ୍ଣ ହେଉନି ସେତୁ

By

Published : Aug 20, 2023, 8:34 PM IST

Updated : Aug 20, 2023, 10:35 PM IST

ସମ୍ପୂର୍ଣ୍ଣ ହେଉନି ସେତୁ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ରାସ୍ତାର ଘୋର ସମସ୍ୟା ରହିଛି । ସେସବୁ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପହଞ୍ଚିବା କଷ୍ଟକର ହୋଇପଡ଼ୁଛି । ଅନେକ ଅଞ୍ଚଳକୁ ରାସ୍ତା ସମସ୍ୟା ଯୋଗୁଁ ଆମ୍ମୁଲାନ୍ସ ସେବା ମଧ୍ୟ ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି । ଏପରିକି ଜିଲ୍ଲାର ସର୍ବପୁରାତନ ରାସ୍ତା ଶ୍ରୀଜଗନ୍ନାଥ ସଡକର ଉନ୍ନତି ପାଇଁ ସରକାର ପ୍ରଚେଷ୍ଟା କରିଥିଲେ ମଧ୍ୟ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ତାହା ଲୋକଙ୍କ କାର୍ଯ୍ୟରେ ଲାଗିପାରୁ ନାହିଁ ।

ସେପଟେ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ରହିଛି ଯୋଗାଯୋଗର ବ୍ୟବସ୍ଥା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏସବୁ କାର୍ଯ୍ୟ ଠିକାଦାରଙ୍କ ମନମାନୀ ସିମୀତ ହୋଇ ରହିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରାସ୍ତାଠାରୁ ଆରମ୍ଭ କରି ଆରଡ଼ି ଓ ପିଡବ୍ଲୁଡି ରାସ୍ତାର ଉନ୍ନତି ପାଇଁ ସରକାର ବ୍ୟାପକ ଅର୍ଥ ଯୋଗାଇ ଦେଉଛନ୍ତି । କିନ୍ତୁ ବିଭିନ୍ନ ସମୟରେ ଏସବୁ ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁ କାମ ଯୋଗୁଁ ରାସ୍ତାର ଉନ୍ନତିକରଣ ହୋଇ ପାରୁନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...୪ଟି ଗାଁରୁ ଚୋରି ହୋଇଗଲା ରାସ୍ତା ! ତଦନ୍ତ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଲେ ଲୋକପାଳ

ବୌଦ୍ଧ ଜିଲ୍ଲାର ସର୍ବପୁରାତନ ରାସ୍ତା କୁହାଯାଉଥିବା ପୁରୁଣା ଜଗନ୍ନାଥ ରାସ୍ତାର ବ୍ୟବହାର ବହୁ ପ୍ରାଚୀନ କାଳରୁ ହୋଇ ଆସୁଛି । ସ୍ବାଧୀନତାର ପରବର୍ତ୍ତୀ ସମୟରେ ଉକ୍ତ ଜଗନ୍ନାଥ ସଡ଼କ ଅତ୍ୟନ୍ତ ଅବହେଳିତ ହୋଇ ରହିଯାଇଛି । ଗତ ୨୦୧୪ ମସିହାରେ ଏହି ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଉକ୍ତ ରାସ୍ତାକୁ ଆରଡି ବିଭାଗରୁ ପିଡବ୍ଲୁଡିକୁ ହସ୍ତାନ୍ତର କରିଥିଲେ । ତେବେ ଏହି ରାସ୍ତାର ଉନ୍ନତି ପାଇଁ ସରକାର 20 କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ ।

ତେବେ ବୌଦ୍ଧ ଠାରୁ ଧଳପୁର ପର୍ଯ୍ୟନ୍ତ ଉକ୍ତ ରାସ୍ତାର ଉନ୍ନତିକରଣରେ ବାଧକ ସାଜିଛି ବଲାଟ ନାଳ । ଏହି ବଲାଟ ନାଳ ଉପରେ ଦୀର୍ଘ ଦିନ ହେଲା ଏକ ସୁଉଚ୍ଚ ସେତୁର ନିର୍ମାଣ କାର୍ଯ୍ୟ ଚାଲିଛି, ଯାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବାର ନାଁ ଧରୁନି । ଫଳରେ ଏହି ଜଗନ୍ନାଥ ରାସ୍ତା ଉପରେ ନିର୍ଭର କରୁଥିବା ଦଶଟି ପଞ୍ଚାୟତର ଲୋକମାନେ ବର୍ଷା ଋତୁରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ବଲାଟ ନାଳ ଉପରେ ଦୀର୍ଘ ବର୍ଷ ହେଲା ଅସମ୍ପୂର୍ଣ୍ଣ ସେତୁ ଯୋଗୁଁ ବର୍ଷା ଋତୁରେ ଉକ୍ତ ରାସ୍ତା ଉପରେ ପାଞ୍ଚ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଫଳରେ ରାସ୍ତା ଦେଇ ଯାତାୟତ କରିବା ସମ୍ପୂର୍ଣ୍ଣ ଠପ୍‌ ହୋଇଥାଏ । ତେବେ ଏହି ରାସ୍ତାକାମ ଶୀଘ୍ର ଶେଷ ହେବା ନେଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ଇଟିଭି ଭାରତ, ବୌଦ୍ଧ

Last Updated : Aug 20, 2023, 10:35 PM IST

ABOUT THE AUTHOR

...view details