ବୌଦ୍ଧ:ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧୀରେଧୀରେ ବୃଦ୍ଧି ପାଉଛି ଶୀତ ଲହରୀ । ଏହାରି ମଧ୍ୟରେ ବୌଦ୍ଧରେ ଜାରି ରହିଛି ଶୀତର ପ୍ରକୋପ । ଶୀତର ଲହରୀ ଜାରି ରହିଥିବା ବେଳେ ଏହା ଜୀବନ ଯାତ୍ରାକୁ କରିଛି ପ୍ରଭାବିତ । ଖସୁଛି ପାରଦ ବଢୁଛି ଜାଡ । ଦିନକୁ ଦିନ ଖସିବାରେ ଲାଗିଛି ପାରଦ । ଚାରିଆଡେ ଘନ କୁହୁଡି । ଘାସ ଗାଲିଚା ଓ ଫୁଲରେ ପଡିଛି କାକର ବୁନ୍ଦା । ଫଳରେ କାଠୁଆ ଜାଡରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ଖାଲି ମଣିଷ ନୁହେଁ ପଶୁମାନେ ମଧ୍ୟ ଏଥିପାଇଁ ହୋଇଛନ୍ତି ପ୍ରଭାବିତ । ଶୀତ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି ବୌଦ୍ଧବାସୀ ।
ବୌଦ୍ଧ ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୂଭୁତ ହେଉଛି । ବିଶେଷ ଭାବରେ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଉପାନ୍ତ ଆଢେଣୀଗଡ, ତଳଗାଁ, ମହାଲିକପଡା, ଟିକରପଡା, ଆମ୍ବଝରୀ, ଶଗଡା, ଗୁନ୍ଦୁଳିଆ,ଲମ୍ବସରୀ,ବରଗାଁ, ଉମା, ନାରାୟଣ ପ୍ରସାଦ ଭଳି ପଞ୍ଚାୟତର ବଣ ଜଙ୍ଗଲ ଘେରା ଅଞ୍ଚଳରେ ସକାଳୁ ସକାଳୁ କୁହୁଡି ଓ ଘାସରେ କାକର ଜମିଥିବା ଦେଖିବାକୁ ମିଳୁଛି । କିଏ ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ଚାଦର ଘୋଡାଇ ହୋଇଛି ତ ଆଉ କିଏ ଗାଁ ଦାଣ୍ଡରେ ନିଆଁ ଲଗାଇ ପୋଇଁ ହେଉଛନ୍ତି । ଏସବୁ ଭିତରେ ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳକୁ ଉପଭୋଗ କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି ।