ଓଡିଶା

odisha

ETV Bharat / state

ଘାଟି ରାସ୍ତା ଚଢି ପାରୁନି ବିକାଶର ଗାଡି, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ - ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ

ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ବାଧକ ସାଜିଛି ଘାଟିରାସ୍ତା । ବୌଦ୍ଧ ଜିଲ୍ଲାର ଦୁଇ ସିମାନ୍ତ ଅଞ୍ଚଳକୁ ବିକାଶ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଘାଟି ରାସ୍ତା ଚଢି ପାରୁନି ବିକାଶର ଗାଡି
ଘାଟି ରାସ୍ତା ଚଢି ପାରୁନି ବିକାଶର ଗାଡି

By

Published : Dec 10, 2022, 1:01 PM IST

ବୌଦ୍ଧ:ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ । ସ୍ବାଧିନତାର ୭୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ବୌଦ୍ଧ ଜିଲ୍ଲାର ଦୁଇ ସିମାନ୍ତ ଅଞ୍ଚଳକୁ ବିକାଶ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ବଣ ପାହାଡ ଘେରା ଅଞ୍ଚଳର ଘାଟି ରାସ୍ତା ଚଢି ପାରୁନି ବିକାଶର ଗାଡି

ବଣ ପାହାଡ ଘେରା ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ବିଶେଷ ଭାବରେ ଦୁଇଟି ଜିଲ୍ଲାର ସୀମାନ୍ତରେ ଥିବା ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ଏଭଳି ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତ ରହିଛି ଯାହା କନ୍ଧମାଳ ଜିଲ୍ଲାର ସୀମାକୁ ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ: ନେମାଳ ସଶସ୍ତ୍ର ଡକାୟତି ଘଟଣାର ଚାଞ୍ଚଲ୍ୟକର ଖୁଲାସା: ସମ୍ପର୍କୀୟ ନାତି କରିଥିଲା ହତ୍ୟା

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତର ସୀମାନ୍ତ ଗ୍ରାମ ଗୁଡିକ କନ୍ଧମାଳ ଜିଲ୍ଲାର ସୀମାକୁ ସଂଲଗ୍ନ ରହିଥିବା ବେଳେ ବଣ ପାହାଡ ଘେରା ଉକ୍ତ ଅଞ୍ଚଳକୁ ଘାଟି ରାସ୍ତାରେ ଚାଲିଚାଲି ଯିବାକୁ ପଡିଥାଏ । ସେହିପରି କନ୍ଧମାଳ ଜିଲ୍ଲାର ସୀମାନ୍ତରେ ଥିବା କେତେକ ଗ୍ରାମବାସୀ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଉପରେ ନିର୍ଭରଶୀଳ । ତେବେ ରାସ୍ତା ଘାଟର ସମସ୍ୟା ହେତୁ ଏସବୁ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ରାସନ ଭଳି କଲ୍ୟାଣକାରୀ ଯୋଜନା ପାଇଁ ହିତାଧିକାରୀଙ୍କୁ କିଲୋମିଟର କିଲୋମିଟର ଘାଟି ରାସ୍ତା ପାରି ହେବାକୁ ପଡିଥାଏ ।

ବର୍ତ୍ତମାନ ବୀରନରସିଂପୁର ପଞ୍ଚାୟତର ନୂଆପଡା ଠାରେ ଚାଲିଥିବା ନନ୍ଦନବନ ପ୍ରକଳ୍ପର ଠିକ ପଛ ପାର୍ଶ୍ଵରେ ଥିବା ବିଲାବାଡି ପଞ୍ଚାୟତର ବାନାରଦେଇ ଭଳି କେତେକ ଗ୍ରାମର ଅଧିବାସୀ ଘାଟି ରାସ୍ତା ପାରି ହୋଇ ବୌଦ୍ଧ ପଟକୁ ପ୍ରତ୍ୟେକ ଦିନ ଆସିବାକୁ ପଡୁଥିବାରୁ ସେମାନେ ଉକ୍ତ ରାସ୍ତାର ଉନ୍ନତି କରଣ ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details