ଓଡିଶା

odisha

ETV Bharat / state

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ କୋରୋନା ଜନିତମୃତ୍ୟୁ !

କୋରୋନା ନିୟନ୍ତ୍ରଣାଧୀନ ହେବାରୁ ଖାଲି ପଡିଛି କୋଭିଡ ସେଣ୍ଟର । ସେପଟେ ଚଳିତ ନୂଆ ବର୍ଷ ଆରମ୍ଭରୁ ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କ ଠାରେ ପଜେଟିଭ ଚିହ୍ନଟ ପରେ ମୃତ୍ୟୁ ହେବାରୁ ପୁଣି ନାନା ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ କୋରୋନା ଜନିତମୃତ୍ୟୁ !
ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ କୋରୋନା ଜନିତମୃତ୍ୟୁ !

By

Published : Jan 11, 2021, 8:31 AM IST

Updated : Jan 11, 2021, 8:51 AM IST

ବୌଦ୍ଧ: ନୂତନ ବର୍ଷର ପ୍ରଥମ 10 ଦିନ ବୌଦ୍ଧ ଜିଲ୍ଲା ପାଇଁ ଘଟଣାବହୁଳ ରହିଥିଲା । ଚୋରି, ହତ୍ୟା, ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ପୁଣି ଜଣେ ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି । ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ କୋରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବାରୁ କୋଭିଡ ସେଣ୍ଟର ସମ୍ପୂର୍ଣ୍ଣ ଖାଲି ପଡିଛି ।

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ କୋରୋନା ଜନିତମୃତ୍ୟୁ !

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 56313 ଜଣଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ତନ୍ମଧ୍ୟରୁ 2791 ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଥିଲା । ଦୁଇ ଚାରି ଦିନ ବ୍ୟବଧାନରେ ଗୋଟିଏ ଦୁଇଟି ପଜିଟିଭ ଚିହ୍ନଟ ହେଉଛନ୍ତି । ଏଭଳି ସମୟରେ ତଥା ନୂତନ ବର୍ଷର ପ୍ରଥମ କୋରୋନା ପଜିଟିଭ ବ୍ୟକ୍ତିଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବ୍ୟଥିତ କରିଛି ।

ସୂଚନା ମୁତାବକ ବୌଦ୍ଧ ସହର ନିକଟସ୍ଥ ପଲାସ ଗ୍ରାମର ଜନୈକ ଯୁବକ ଗତ ଗୁରୁବାର ରାଜନପାଲି ନିକଟରେ ଖସିପଡି ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ।

ରବିବାର ବୁର୍ଲାରେ ତାଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ମୃତକଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଥିବା ପରିବାରକୁ ସୂଚନା ଦିଆଯିବା ସହ କୋରୋନା କଟକଣା ମଧ୍ୟରେ ଅନ୍ତିମ ସତ୍କାର କରାଯାଇଥିଲା । ତେବେ ଏଭଳି ଘଟଣାକୁ ନେଇ ବୁଦ୍ଧିଜୀବୀ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 11, 2021, 8:51 AM IST

ABOUT THE AUTHOR

...view details