ଓଡିଶା

odisha

ETV Bharat / state

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ; ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ପୁଣିଥରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗୁରୁତର ରୋଗୀଙ୍କୁ ଦୀର୍ଘ ରାସ୍ତା ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଲେ । ଅଧିକ ପଢନ୍ତୁ...

patient take on stretcher in boudh
ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ଦୀର୍ଘ ରାସ୍ତା ଷ୍ଟ୍ରେଚରରେ ବୁହାହେଲେ ରୋଗୀ

By

Published : Aug 10, 2021, 9:10 PM IST

ବୌଦ୍ଧ: ଗମନାଗମନର ଅସୁବିଧା ହେତୁ ପୁଣିଥରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ବୌଦ୍ଧ କଣ୍ଟାମାଳ ନିର୍ବାଚନମଣ୍ଡଳୀର ଅନେକ ଗାଁକୁ ଗମନାଗମନର ଅସୁବିଧା ପାଇଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଏଥିପାଇଁ ସିଧାସଳଖ ସ୍ଥାନୀୟ ବିଧାୟକ ଓ ବିଡ଼ିଓଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି ।

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ଦୀର୍ଘ ରାସ୍ତା ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଗମନାଗମନର ଅବ୍ୟବସ୍ଥା ଯୋଗୁଁ ପୁଣିଥରେ ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗୁରୁତର ରୋଗୀଙ୍କୁ ଦୀର୍ଘ ରାସ୍ତା ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଥିଲା । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ସରକାରୀ ଭାବରେ ଦେଢଶହରୁ ଉର୍ଦ୍ଧ୍ବ ଅପହଞ୍ଚ ଗ୍ରାମ ରହିଥିବା ବେଳେ ବର୍ଷା ଦିନରେ ଏଭଳି ଗ୍ରାମର ସଂଖ୍ୟା ପାଞ୍ଚ ଶହ ପର୍ଯ୍ୟନ୍ତ ଡେଇଁ ଯାଇଥାଏ । ଗମନାଗମନର ଅସୁବିଧା ହେତୁ ଅନେକ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ ହୋଇପଡିଥାଏ । ମଙ୍ଗଳବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗୁନ୍ଦୁଳିଆ ପଞ୍ଚାୟତର ଆଙ୍କୁଲ ଗ୍ରାମର ଜନୈକା ମହିଳାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଆଣିବାକୁ ଆମ୍ବୁଲାନ୍ସ ଯାଇଥିଲା । କିନ୍ତୁ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ଶେଷରେ ସମ୍ପର୍କୀୟ ମାନେ ଗୁରୁତର ମହିଳା ଙ୍କୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହଯୋଗରେ ଦୀର୍ଘ ପାଣି କାଦୁଅ ରାସ୍ତାରେ ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।

ତେବେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଅନେକ ଉପାନ୍ତ ଗ୍ରାମ କୁ ସବୁଦିନିଆ ରାସ୍ତା ନଥିବାରୁ ଏଭଳି ସମସ୍ୟା ଅଧିକାଂଶ ସମୟରେ ଦେଖାଯାଇଥାଏ ।ଏନେଇ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ସିଧାସଳଖ କଣ୍ଟାମାଳ ବିଧାୟକ ଓ କଣ୍ଟାମାଳ ବିଡ଼ିଓ ଙ୍କ ଯୋଗୁଁ ରାସ୍ତା ଘାଟର ଏଭଳି ସମସ୍ୟା ରହିଥିବା ସିଧାସଳଖ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details