ବୌଦ୍ଧ: ଠିକ ଆଜିର ଦିନରେ ୧୯୮୨ ମସିହାରେ ମହାନଦୀରେ ବନ୍ୟା ଜଳ ଆସି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିତ୍ପାତ ଘଟାଇଥିଲା । ଏଥିସହିତ ହୀରାକୁଦ ନଦୀବନ୍ଧ ନିର୍ମାଣ ପୂର୍ବରୁ ମଧ୍ୟ ହୋଇଥିବା ମହାନଦୀ ବନ୍ୟାର ଅନେକ ବିରଳ ଫଟୋଚିତ୍ର ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
ମହାନଦୀରେ ଚଳିତ ବର୍ଷର ବନ୍ୟା ଜଳ ହ୍ରାସ ପାଉଛି । ତେବେ ଆଜକୁ ଠିକ ୩୮ ବର୍ଷ ତଳେ ଅଗଷ୍ଟ ୩୧ ତାରିଖ ମଧ୍ୟ ରାତ୍ରରେ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ମହାନଦୀର ବନ୍ୟା ଜଳ ପଶିଥିଲା । ମହାନଦୀର ପ୍ରଳୟଙ୍କରୀ ବନ୍ୟା ବୌଦ୍ଧ ସହରର ପ୍ରାୟ ଅଶୀ ପ୍ରତିଶତ ଅଞ୍ଚଳକୁ ଜଳମଗ୍ନ କରି ରଖିଥିଲା । ଆଉ ଏହି ଦୃଶ୍ୟ ଗୁଡିକୁ ଜଣେ ଫଟୋଗ୍ରାଫର ନିଜ କ୍ୟାମେରା ଲେନ୍ସରେ ଉତ୍ତୋଳନ କରିଥିଲେ ।