ବୌଦ୍ଧ: ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି । ସୋମବାର ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ଠାରେ ଏକ ଘରୋଇ ବସ ଦୁର୍ଘଟଣାଗସ୍ତ ହୋଇଛି । ଯେଉଁଥିରେ ସୌଭାଗ୍ୟ ବଶତଃ 50 ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ସୋମବାର ସକାଳୁ ଘରୋଇ ବସଟି ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଏକ 11 କେଭି ବିଦ୍ୟୁତ ତାରରେ ଲାଗି ଓଲଟି ପଡିଥିଲା । ସୌଭାଗ୍ୟବଶତଃ ଉକ୍ତ ତାରରେ କିଛି ସମୟ ପାଇଁ ବିଦ୍ୟୁତ ସଂଯୋଗ ନଥିଲା । ଏଣୁ 50 ଜଣ ଯାତ୍ରୀ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।