ଓଡିଶା

odisha

ETV Bharat / state

ନିଖୋଜ ବଜ୍ରକାପ୍ତାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକ - ବୌଦ୍ଧରେ ବଜ୍ରକାପ୍ତା ଚୋରା ଚାଲାଣ

ବନ ବିଭାଗ ହେପାଜତରୁ ନିଖୋଜ ହେଲା ବଜ୍ରକାପ୍ତା। ଗତ ଚାରିଦିନ ପୂର୍ବରୁ ବେଆଇନ ଚୋରା ଚାଲାଣବେଳେ ଉଦ୍ଧାର ହୋଇଥିଲା। ଅଧିକ ପଢ଼ନ୍ତୁ

pangolin rescued by people in boudh
ବନ ବିଭାଗ ହେପାଜତରୁ ନିଖୋଜ ହେଲା ଉଦ୍ଧାର ବଜ୍ରକାପ୍ତା

By

Published : Apr 27, 2022, 3:37 PM IST

ବୌଦ୍ଧ: ବନ ବିଭାଗ ହେପାଜତରୁ ନିଖୋଜ ହେଲା ବଜ୍ରକାପ୍ତା। ଗତ ଚାରିଦିନ ପୂର୍ବରୁ ବେଆଇନ ଚୋରା ଚାଲାଣବେଳେ ଉଦ୍ଧାର ହୋଇଥିଲା। ତେବେ ଆଜି ସକାଳୁ କିଛି ଲୋକ ମହାନଦୀ କୂଳରୁ ନିଖୋଜ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ବନ ବିଭାଗ ହେପାଜତରୁ ନିଖୋଜ ହେଲା ଉଦ୍ଧାର ବଜ୍ରକାପ୍ତା

ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ଜଙ୍ଗଲର ବନ୍ୟପ୍ରାଣୀ । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଏହାରି ଭିତରେ ବନ୍ୟଜନ୍ତୁ ଶିକାର ଏବଂ ବେଆଇନ ଚୋରା ଚାଲାଣ ବୃଦ୍ଧି ପାଇଛି। ଗତ ଚାରି ଦିନ ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣବେଳେ ଏସଟିଏଫ ପକ୍ଷରୁ ଚଢ଼ାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା। ହେଲେ ଗତକାଲି ରାତିରେ ବୌଦ୍ଧ ରେଞ୍ଜ କାର୍ଯ୍ୟାଳୟ କୋଠରୀରେ ବନ୍ଦ ଥିବା ବଜ୍ରକାପ୍ତା ଖସି ପଳାଇଥିଲା। ତେବେ ଆଜି ସକାଳୁ କିଛି ଲୋକେ ମହାନଦୀ କୂଳରୁ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ବନ ବିଭାଗର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details