ଓଡିଶା

odisha

ପଞ୍ଚୁକ ପାଇଁ ଚଳଚଞ୍ଚଳ ବୌଦ୍ଧ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସାଙ୍ଗକୁ ମହାଆଳତୀ

By ETV Bharat Odisha Team

Published : Nov 26, 2023, 10:22 PM IST

ପଞ୍ଚୁକ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅସରା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ବେଶ ଅନୁଷ୍ଠିତ । ଚତୁର୍ଦ୍ଦଶୀ ଅବସରରେ ପ୍ରବଚନ, ନାମ ସଙ୍କୀର୍ତ୍ତନ ସାଙ୍ଗକୁ କଳାକୁଞ୍ଜର ଆୟୋଜନ । ସଂଧ୍ୟାରେ ମହାନଦୀରେ ମହାଆଳତୀ । ଆଗକୁ ପଢ଼ନ୍ତୁ

ପଞ୍ଚୁକ ପାଇଁ ଚଳଚଞ୍ଚଳ ବୌଦ୍ଧ
ପଞ୍ଚୁକ ପାଇଁ ଚଳଚଞ୍ଚଳ ବୌଦ୍ଧ

ପଞ୍ଚୁକ ପାଇଁ ଚଳଚଞ୍ଚଳ ବୌଦ୍ଧ

ବୌଦ୍ଧ: ପଞ୍ଚୁକ ବ୍ରତ ଉପଲକ୍ଷେ ଚଳଚଞ୍ଚଳ ଦେବାଦେବୀଙ୍କ ପୀଠ । ପୁଣ୍ୟ ମାସ କାର୍ତ୍ତିକ ଶେଷ ସୋପାନରେ । ପଞ୍ଚୁକ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅସରା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ବେଶ ଅନୁଷ୍ଠିତ । ଚତୁର୍ଦ୍ଦଶୀ ଅବସରରେ ପ୍ରବଚନ, ନାମ ସଙ୍କୀର୍ତ୍ତନ ସାଙ୍ଗକୁ କଳାକୁଞ୍ଜର ଆୟୋଜନ । ସଂଧ୍ୟାରେ ମହାନଦୀରେ ମହାଆଳତୀ ।

ପୁଣ୍ୟ ମାସ କାର୍ତ୍ତିକ ଶେଷ ସୋପାନରେ ପହଞ୍ଚିଛି । ଆଉ କାର୍ତ୍ତିକ ମାସର ପଞ୍ଚୁକ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଜି ଚତୁର୍ଦଶୀ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହିତ ବେଶ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଷ୍ଠା ସହିତ ବ୍ରତ ପାଳନ କରିଛନ୍ତି । ପଞ୍ଚୁକ ବ୍ରତ ପାଇଁ ବୌଦ୍ଧ ଜିଲ୍ଲାର ଗନ୍ଧରାଡ଼ିର ହରିହର ମନ୍ଦିର, ରାମେଶ୍ବର ମନ୍ଦିର ସମେତ ଶ୍ରୀଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରଚୂଡ ମନ୍ଦିର ଆଳତୀ ଘାଟ ଠାରେ ସ୍ବତନ୍ତ୍ର ପୂଜାପାଠର ଆୟୋଜନ କରାଯାଇଥିଲା । ବିଶେଷ ଭାବରେ ହବିଷ୍ୟାଳି ବ୍ରତ ପାଳନ କରୁଥିବା ମହିଳା ଶ୍ରଦ୍ଧାଳୁମାନେ ସକାଳୁ ଓ ସଂଧ୍ୟାରେ ତୁଳସୀ ଚଉରା ମୂଳରେ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ବୋଇତ ବନ୍ଦାଣ ଉତ୍ସବ, କାଲି ପାରାଦ୍ବୀପ ଆସୁଛନ୍ତି ରାଷ୍ଟ୍ରପତି

ମହାନଦୀ କୂଳରେ ଅବସ୍ଥିତ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟରେ ଆଜି କାର୍ତ୍ତିକ ଚତୁର୍ଦଶୀ ଉପଲକ୍ଷେ ମହିଳା ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ରାଇଦାମୋଦରଙ୍କ ପୂଜାର୍ଚ୍ଚନା କରିଥିଲେ । ସେହିପରି ସଂଧ୍ୟାରେ ମହାନଦୀରେ ମହାଆଳତୀର ଆୟୋଜନ କରାଯାଇଥିଲା । ପଞ୍ଚୁକ ଉପଲକ୍ଷେ ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହମାନଙ୍କ ବିଭିନ୍ନ ବେଶ ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଆଜି ଚତୁର୍ଦଶୀ ଅବସରରେ ଶ୍ରୀଜୀଉଙ୍କର ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରୀକ୍ଷେତ୍ର ଶୈଳୀରେ ବୌଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ତଥା ପାଞ୍ଚ ଦିନରେ ପାଞ୍ଚ ବେଶ ଅନୁଷ୍ଠିତ ହୋଇଥିଲା । ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ, ନାମ ସଙ୍କୀର୍ତ୍ତନ, କଳାକୁଞ୍ଜର ଆୟୋଜନ କରାଯାଇଥିଲା । ମହିଳା ଶ୍ରଦ୍ଧାଳୁମାନେ ରାଇଦାମୋଦରଙ୍କ ପୂଜାର୍ଚ୍ଚନା ସହିତ ଏକାଦଶୀ ତିଥି ଠାରୁ ନେଇ ନୃସିଂହ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details