ଓଡିଶା

odisha

ETV Bharat / state

Vote Counting: କାଲି କାଉଣ୍ଟିଂ, ବୌଦ୍ଧର ତିନି ଜୋନର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - ବୌଦ୍ଧ ଖବର

ଆସନ୍ତାକାଲି(ଶନିବାର) ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ କାଉଣ୍ଟିଂ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଅଧିକ ପଢନ୍ତୁ

Vote Counting : କାଲି ଭୋଟ କାଉଣ୍ଟିଂ,ବୌଦ୍ଧର ତିନି ଜୋନର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
Vote Counting : କାଲି ଭୋଟ କାଉଣ୍ଟିଂ,ବୌଦ୍ଧର ତିନି ଜୋନର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

By

Published : Feb 25, 2022, 8:04 PM IST

ବୌଦ୍ଧ:ଆସନ୍ତାକାଲି(ଶନିବାର) ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ କାଉଣ୍ଟିଂ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଜିଲ୍ଲାର ତିନୋଟି ବ୍ଲକରେ ଗତ 16,18 ଓ 20ରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

Vote Counting : କାଲି ଭୋଟ କାଉଣ୍ଟିଂ,ବୌଦ୍ଧର ତିନି ଜୋନର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଏହାବି ପଢନ୍ତୁ :Vote Counting: ଶନିବାର ସକାଳ ୮ଟାରୁ କାଉଣ୍ଟିଂ, ବିଜୟ ଉତ୍ସବକୁ ବାରଣ

କେତେକ ସ୍ଥାନରେ ମତଦାନକୁ ନେଇ ସମସ୍ୟା ଉପୁଜିଥିବା ବେଳେ ଆପାତତଃ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଅନୁଷ୍ଠିତ ହୋଇଥିଲା । କେବଳ ଜିଲ୍ଲାର ଚାଉଁରୀଆପଦର ବୁଥରେ ସାନି ମତଦାନ ହୋଇଥିବା ବେଳେ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ ଠାରେ ମତଦାନ ବାକ୍ସ ଗୁଡିକୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଜିଲ୍ଲାର ସମୁଦାୟ ଅଠର ଶହରୁ ଉର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ ।

ଆସନ୍ତାକାଲି (ଶନିବାର) ଜିଲ୍ଲାର ଏକ ନମ୍ବର, ଚାରି ନମ୍ବର ଓ ସାତ ନମ୍ବର ଜୋନ ପ୍ରାର୍ଥୀଙ୍କ ସହ ଏହି ଜୋନ ଅଧିନରେ ଆସୁଥିବା ସମସ୍ତ ପଞ୍ଚାୟତର ଫଳାଫଳ ପ୍ରକାଶ ପାଇବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details