ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଠାରୁ ମୌସୁମୀ ପ୍ରଭାବରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । କେତେକ ସ୍ଥାନରେ ଝଡବତାସ ହୋଇଥିବା ଜଣାପଡିଛି । ବୌଦ୍ଧ ବ୍ଲକ ଅନ୍ତର୍ଗତ ବଢିଗାଁ ପଞ୍ଚାୟତର ସାଲିଗାଁ ଗ୍ରାମରେ ଶୁକ୍ରବାର ରାତିରେ ଝଡତୋଫାନ ଯୋଗୁଁ ଏକ ବିରାଟ ତାଳ ଗଛ ଉପୁଡି ପଡିଥିଲା ।
ମୌସୁମୀ ବର୍ଷାର ପ୍ରଭାବ: ତାଳଗଛ ପଡି 3 ପରିବାରର ବ୍ୟାପକ କ୍ଷୟକ୍ଷତି - boudh rain
ବୌଦ୍ଧ ଜିଲ୍ଲାରେ ମୌସୁମୀ ପ୍ରଭାବ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ଝଡତୋଫାନ ଯୋଗୁଁ ଏକ ବିରାଟ ତାଳ ଗଛ ଉପୁଡି ପଡିବାରୁ 3ଟି ପରିବାରର ଅନେକ କ୍ଷତି ଘଟିଛି । ଅଧିକ ପଢନ୍ତୁ...
ଘର ଉପରେ ତାଳଗଛ ପଡି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବଞ୍ଚିଲେ 3 ପରିବାର
3ଟି ପରିବାର ବାସ କରୁଥିବା ଏକ ଘର ଉପରେ ଏହି ଗଛଟି ପଡିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ପରିବାର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଘଟଣାସ୍ଥଳରେ ବଢିଗାଁ ସରପଞ୍ଚ ପ୍ରତିନିଧି, ଆରଆଇ ପ୍ରମୁଖ ପହଞ୍ଚି କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି । ପଞ୍ଚାୟତ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ