ଓଡିଶା

odisha

ETV Bharat / state

ପାଲଝର ଫାର୍ମ ଦୁର୍ନୀତି ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଫେରାଦ - ଧାନ ଫାର୍ମ ଦୁର୍ନୀତି

ଧାନ ବିହନ ଉତ୍ପାଦନ କେନ୍ଦ୍ର ରେ ବ୍ୟାପକ ଦୁର୍ନୀତି ଯୋଗୁଁ ଧ୍ୱଂସ ପାଇବାକୁ ବସିଛି ପ୍ରାଚୀନ ଅନୁଷ୍ଠାନ। ଶେଷରେ ଅଧିକାରୀଙ୍କ ନାଁରେ ଜିଲ୍ଲାପାଳ, ଏସପି, ଭିଜିଲାନ୍ସ ଓ ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ପାଲଝାର ଫାର୍ମ ଦୁର୍ନୀତି ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଫେରାଦ
ପାଲଝାର ଫାର୍ମ ଦୁର୍ନୀତି ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଫେରାଦ

By

Published : Jan 5, 2021, 9:53 AM IST

ବୌଦ୍ଧ: ଓଡ଼ିଶାର ଅନ୍ୟତମ ପ୍ରାଚୀନ ଅନୁଷ୍ଠାନ ଏବେ ବିଭାଗୀୟ ଅପାରଗତା ଓ ବ୍ୟାପକ ଦୁର୍ନୀତି ଯୋଗୁଁ ଧ୍ବଂସ ଆଡକୁ ଗତି କରୁଛି । ବୌଦ୍ଧ ଗଡଜାତ ଶାସନ କାଳରୁ ପ୍ରତିଷ୍ଠା ହୋଇଥିବା ଧାନ ଉତ୍ପାଦନ କେନ୍ଦ୍ର ସାରା ରାଜ୍ୟରେ ନାଁ କରିଥିଲା ।

ପାଲଝାର ଫାର୍ମ ଦୁର୍ନୀତି ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଫେରାଦ

ବୌଦ୍ଧ ଜିଲ୍ଲାର ବଘିଆପଡା ନିକଟରେ ଥିବା ପାଲଝାର ଫାର୍ମ ଠାରେ ସରକାରୀ ଧାନ ବିହନ ଉତ୍ପାଦନ କେନ୍ଦ୍ର ରହିଛି । ତେବେ ବିଗତ କିଛି ବର୍ଷ ହେଲା ଏହି ବିହନ କେନ୍ଦ୍ରରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ତଥା ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସିଛି ।

ଏନେଇ ବାରମ୍ବାର ଅଭିଯୋଗ ପରେ କୃଷି ବିଭାଗ ତଦନ୍ତ ନାରେ ଟାଳଟୁଳ ନିତି ଅବଲମ୍ବନ କରୁଛି । ଚଳିତ ବର୍ଷ ମଧ୍ୟ ଏହି କେନ୍ଦ୍ର ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ନୂଆ ଟୋକନରେ ପୁରୁଣା ଧାନବିକ୍ରି ସମବାୟ ମଣ୍ଡିରେ ନହୋଇ ପାରିବାରୁ ଏସବୁ ଧାନକୁ ଫାର୍ମ ପରିସରରେ ଖତ କରିବାକୁ ଫୋପାଡ଼ି ଦିଆଯାଇଛି।

କୃଷି ଅଧିକାରୀ ଚିରାଚରିତ ଢଙ୍ଗରେ ତଦନ୍ତ ପାଇଁ ପ୍ରସ୍ତୁତି ତଥା ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି । ସେପଟେ ସୋମବାର ଦୁଇ ଜଣ ସ୍ବେଚ୍ଛାସେବୀ ବୌଦ୍ଧ ଜିଲ୍ଲାପାଳ, ଏସପି, ଭିଜିଲାନ୍ସ ଓ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details