ବୌଦ୍ଧ: ମହୋତ୍ସବ ମେଳା ପଡିଆକୁ ସ୍ବଚ୍ଛ ରଖିବାକୁ ଅଣ୍ଟା ଭିଡିଲେ ମହିଳା । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିଳାଙ୍କ ଏହି ସ୍ବଚ୍ଛତାର ବାର୍ତ୍ତା ସମସ୍ତଙ୍କୁ ଆକର୍ଷିତ କରିଥିଲା ।
ଗୋଟିଏପଟେ ବୌଦ୍ଧ ମହୋତ୍ସବର ଗୌତମ ବୁଦ୍ଧ ମଣ୍ଡପ ଲୋକନୃତ୍ୟ ଓ ଲୋକବାଦ୍ୟରେ ଦୁଲୁକି ଉଠୁଥିବା ବେଳେ ଅନ୍ୟପଟେ କିନ୍ତୁ ମେଳା ପଡିଆ ଅପରିଷ୍କାର ହୋଇ ପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ରବିବାର କିଛି ସ୍ବେଛାସେବୀ ମହିଳା ମିଶି ଷ୍ଟଲ ଷ୍ଟଲ ବୁଲି ପଲିଥିନ ବର୍ଜନ କରିବାକୁ ଅନୁରୋଧ କରିବା ସହିତ ପଡିଆରେ ପଡିଥିବା ଅଳିଆକୁ ନିଜେ ସଂଗ୍ରହ କରିଥିଲେ । ଏଥି ସହିତ ଲୋକଙ୍କୁ ଡଷ୍ଟବିନର ବ୍ୟବହାର ଓ କଠିନ ବର୍ଜ୍ୟବସ୍ତୁ ବ୍ୟବହାରର ଅପକାରିତା ସମ୍ପର୍କରେ ବୁଝାଇଥିଲେ ।