ଓଡିଶା

odisha

ETV Bharat / state

ଆଉ ଶୁଭୁନି ନେତ୍ରାନନ୍ଦଙ୍କ ଦାସକାଠିଆ ସ୍ବର, ସହାୟତା ଅପେକ୍ଷାରେ ପାଲା କଳାକାର - pala artists now in distress condition

ଅସହାୟ ଅବସ୍ଥାରେ ପୂର୍ବତନ ପାଲା କଳାକାର । ଦିନେ ଦାସକାଠିଆ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର କରୁଥିବା କଳାକାର ଏବେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଦୟନୀୟ ଜୀବନ ଯାପନ କରୁଛନ୍ତି । ଏ କାହାଣୀ ହେଉଛି ବୌଦ୍ଧ ଜିଲ୍ଲାର ନେତ୍ରାନନ୍ଦ ସାହୁଙ୍କର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

PALA ARTIST
ସହାୟତା ଅପେକ୍ଷାରେ ପାଲା କଳାକାର

By

Published : Dec 29, 2019, 10:27 PM IST

ବୌଦ୍ଧ: ଦିନେ ତାଙ୍କ ଦାସକାଠିଆ ବାଣ୍ଟୁଥିଲା ସଚେତନତାର ବାର୍ତ୍ତା । ଗାଁ ଗହଳିରେ ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଏଡସ୍ ଭଳି ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ ତାଙ୍କ ଦାସକାଠିଆ ପାଲଟିଥିବା ଅନନ୍ୟ ମାଧ୍ୟମ । ହେଲେ ସମୟ ବଦଳିଛି, ଆଉ ତାଙ୍କ ଦାସକାଠିଆ ନିରବି ଯାଇଛି । କାରଣ ଦାସକାଠିଆ ବଜେଇବା ପାଇଁ ତାଙ୍କ ଦେହରେ ଆଉ ବଳ ନାହିଁ । ପକ୍ଷାଘାତରେ ଆକ୍ରାନ୍ତ ହୋଇ ଜୀବନ ହୋଇପଡିଛି ଦୁର୍ବିସହ ।

ସହାୟତା ଅପେକ୍ଷାରେ ପାଲା କଳାକାର

ଆମେ କହୁଛୁ ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଅନ୍ତର୍ଗତ ସାଲିଗାଁର ଷାଠିଏ ବର୍ଷୀୟ ନେତ୍ରାନନ୍ଦ ସାହୁଙ୍କ କଥା । ଆଗରୁ ପାଲା ଓ ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ମଣିଷଟି ଆଜି ରୋଗରେ ପୀଡିତ । ନା ଦେହରେ ଆଉ ବଳ ଅଛି, ନା ସମ୍ବଳ । ଏକମାତ୍ର ସାହାରା ପାଲଟିଛନ୍ତି ପତ୍ନୀ ।

ଦିନେ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ(ଡେଙ୍ଗୁ, ମ୍ୟାଲେରିଆ, ଏଡସ, ଶିଶୁକନ୍ୟା ସୁରକ୍ଷା, ପାଇଖାନା ବ୍ୟବହାର)କୁ ଦାସକାଠିଆ ମାଧ୍ୟମରେ କେବଳ ବୌଦ୍ଧ ଜିଲ୍ଲାରେ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ଅନେକ ସମ୍ବର୍ଦ୍ଧନା ପାଇଥିଲେ ସେ ।

ହେଲେ ପ୍ରାୟ ଦୁଇ ବର୍ଷ ତଳେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ ହୋଇଯାଇଛନ୍ତି । ଦୈନନ୍ଦିନ କାର୍ଯ୍ୟ ପାଇଁ ଏକମାତ୍ର ସାହାରା ପାଲଟିଥିବା ପତ୍ନୀଙ୍କ ଉପରେ ନିର୍ଭରଶୀଳ । ଘରେ କେହି ରୋଜଗାର କ୍ଷମ ବ୍ୟକ୍ତି ନଥିବାରୁ ମାଗିଯାଚି ଆଣିଲେ ପେଟ ପୁରୁଛି । ଏପରି ସ୍ଥିତିରେ ସରକାରୀ ସବୁ ଯୋଜନା ତାଙ୍କ ପାଇଁ ବାଟ ଭୁଲି ଯାଇଛି । ଏହି ଦମ୍ପତିକୁ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details