ଓଡିଶା

odisha

ETV Bharat / state

ବୌଦ୍ଧରେ ଧାନବିକ୍ରି ଆରମ୍ଭ, ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ - ଧାନବିକ୍ରି ଆରମ୍ଭ ବୌଦ୍ଧ

ବୌଦ୍ଧ ଜିଲ୍ଲାର ପ୍ରାୟ ଅଧିକାଂଶ ମଣ୍ଡିରେ ଆରମ୍ଭ ହୋଇଛି ଧାନକ୍ରୟ । ଏହିସମୟରେ ଧାନ କିଣା ବିକାରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ବୌଦ୍ଧରେ ଧାନବିକ୍ରି ଆରମ୍ଭ, ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ
ବୌଦ୍ଧରେ ଧାନବିକ୍ରି ଆରମ୍ଭ, ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ

By

Published : Dec 19, 2020, 6:37 AM IST

ବୌଦ୍ଧ:ଜିଲ୍ଲାର ପ୍ରାୟ ଅଧିକାଂଶ ସମବାୟ ସମିତିର ଧାନମଣ୍ଡିରେ ଆରମ୍ଭ ହୋଇଛି ଧାନକ୍ରୟ । ଏହିସମୟରେ ସକ୍ରିୟ ହେଉଛନ୍ତି ଧାନ ଦଲାଲ ।କିଛି ସ୍ଥାନରେ ଦଲାଲ ଓ ସମବାୟ ସମିତିର କର୍ମଚାରୀଙ୍କ ଅସାଧୁ ସମ୍ପର୍କ ପୁଣି ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି । ସେହିପରି କଟନୀ ଛଟନୀ ପାଇଁ ମଧ୍ୟ ଚାଷୀ ଚିନ୍ତାରେ ।

ବୌଦ୍ଧରେ ଧାନବିକ୍ରି ଆରମ୍ଭ, ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ

ସେପଟେ କିଛି ମଣ୍ଡିରୁ ଧାନ ଚୋରି ଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ସମୁଦାୟ 42 ଟି ପ୍ୟାକ୍ସ ମଧ୍ୟରୁ ଅଳ୍ପ କେତୋଟି ସମିତିରେ ସିସିଟିଭି ଲାଗି ଥିବାବେଳେ ଅଧିକାଂଶ ସମିତିରେ ସିସିଟିଭି କିମ୍ବା ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ ।ବଢିଗାଁ ମଣ୍ଡିରୁ ପାଞ୍ଚ ଦିନ ତଳେ ବସ୍ତା ବସ୍ତା ଧାନ ଚୋରି ହୋଇ ଥିବାବେଳେ ଏଆରସିଏସଙ୍କ ପଦକ୍ଷେପ ପରେ ମୁଣ୍ଡାପଡା ମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି । ପ୍ରତ୍ୟେକ ମଣ୍ଡିର ସର୍ବନିମ୍ନ ସୁବିଧା ଓ ସୁରକ୍ଷା ପାଇଁ ଦୃଷ୍ଟି ଦେବାକୁ ଜିଲ୍ଲା ଯୋଗାଣ ବିଭାଗ, ଏଆରସିଏସ ଓ ଆର ଏମସି ବିଭାଗ ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details