ବୌଦ୍ଧ: ଗତ ଦୁଇ ଦିନ ହେଲା ବୌଦ୍ଧ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗି ରହିଛି । ସେପଟେ ଧାନ ମଣ୍ଡିକୁ ଚାଷୀ ଧାନ ନ ଆଣି ଓଲଟା ଧାନ ଫେରାଇ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଗତ ଦୁଇ ଦିନ ହେଲା ବର୍ଷା ସାଙ୍ଗକୁ କୋହଲା ପାଗ ଲାଗିରହିଛି ।
ଏହି ଅଦିନିଆ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଚାଷୀ । ଗୋଟିଏ ପଟେ ଟୋକନ ପାଇ ମଧ୍ୟ ଦିନରାତି ଧାନ ବିକ୍ରି କରି ନପାରି ଧାନକୁ ଜଗି ରହିଥିବା ବେଳେ ଏବେ ଦୁଇ ଦିନର ବର୍ଷା ତାଙ୍କ ଦୁଃଖକୁ ଆହୁରି ବଢାଇଦେଇଛି । ସେପଟେ ମିଲର୍ସ ଓଦା ଧାନ ବାହାନାରେ ଧାନ କିଣୁ ନଥିବାରୁ ଏବେ ଚାଷୀ ଧାନ ସବୁକୁ ମଣ୍ଡିରୁ ପୁଣି ଘର ବାହୁଡା କରିଛି ।