ଓଡିଶା

odisha

ETV Bharat / state

ବୌଦ୍ଧରେ ଖରିଫ ଋତୁର ଧାନ ସଂଗ୍ରହ ଆରମ୍ଭ - ବୌଦ୍ଧ ଜିଲ୍ଲାପାଳ

କଣ୍ଟାମାଳ ବ୍ଲକ କୁଳୁତାଯୋର ସମବାୟ ସମିତିରୁ ଆରମ୍ଭ ହୋଇଛି ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ଧାନ ମଣ୍ଡିରେ ଚାଷୀ ଆବଶ୍ୟକ ଠାରୁ ଅଧିକ କଟନୀ ଛଟନୀ ବ୍ୟବସ୍ଥାକୁ ନେଇ ଆସନ୍ତୋଷ ପ୍ରକାଶ କରିଛନ୍ତି ।

paddy-purchase-start-in-boudh-district
ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

By

Published : Nov 28, 2019, 2:16 AM IST

ବୌଦ୍ଧ: ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଚଳିତ ବର୍ଷ ରାଜ୍ୟ ସରକାର ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ପି ପାସ ସହିତ ଟୋକନ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ସମସ୍ତ ବ୍ୟବସ୍ଥା ଅନଲାଇନ ମାଧ୍ୟମରେ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

ବୌଦ୍ଧ ଜିଲ୍ଲାର ଉପାନ୍ତ କଣ୍ଟାମାଳ ବ୍ଲକର କୁଳୁତାଯୋର ସମବାୟ ସମିତି ପରିସରରୁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଧାନକ୍ରୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶୁଭାରମ୍ଭ କରିଛନ୍ତି ।

ଚଳିତ ବର୍ଷ ଧାନକ୍ରୟରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଦଲାଲଙ୍କ ପ୍ରଭାବ ଚଳିତବର୍ଷ ରହିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆ,ଜିଲ୍ଲା ମିଲ୍ ମାଲିକ ସଭାପତି ଅଶୋକ ଅଗ୍ରଓ୍ବାଲ, ଏଆରସିଏସ ପାଣୁ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କିନ୍ତୁ ଧାନ ମଣ୍ଡିରେ ଆବଶ୍ୟକ ଠାରୁ ଅଧିକ କଟନି ଛଟନୀକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details