ଓଡିଶା

odisha

By

Published : Feb 4, 2020, 12:48 PM IST

ETV Bharat / state

ମଣ୍ଡିରେ ତିନିମାସ ଧରି ପଡି ରହିଛି ଧାନ, କଲବଲ ହେଉଛି ଚାଷୀ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ ବିକ୍ରି କରିପାରୁନି ଚାଷୀ । ଦୀର୍ଘ ତିନି ମାସ ଧରି ମଣ୍ଡିରେ ଧାନ ବିକ୍ରି କରି ନ ପାରି କଲବଲ ହେଉଛି ଚାଷୀ ।

paddy problem
ବୌଦ୍ଧ ଧାନ ମଣ୍ଡିରେ ଅଚଳାବସ୍ଥା

ବୌଦ୍ଧ: ମଣ୍ଡିରେ ଧାନ ବିକ୍ରି କରିପାରୁନି ଚାଷୀ । ଦୀର୍ଘ ତିନି ମାସ ଧରି ମଣ୍ଡିରେ ଧାନ ବିକ୍ରି କରି ନ ପାରି କଲବଲ ହେଉଛି ଚାଷୀ । ଆଗାମୀ ଦିନରେ ଧାରଣା ଦେବା ସହ ଆବଶ୍ୟକ ପଡିଲେ ଚାଷୀ ଜଣକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଏପଟେ ଚାଷୀ ବର୍ଷର ପରିଶ୍ରମକୁ ବିକ୍ରି କରି ନପାରି ହନ୍ତସନ୍ତ ହେଉଛି ।

ଏଭଳି ଅଭିଯୋଗ ଆସିଛି, ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ମଣ୍ଡିରୁ । ପଦାମାଳ ଗ୍ରାମର ନବୀନ ମହାକୁଳ ନିଜ ସାତ ଏକର ଜମିରେ ଉପାର୍ଜିତ ଧାନ ବିକ୍ରି ପାଇଁ ୧୩୦ ନମ୍ବରରେ ଟୋକନ ପାଇଥିଲେ । ମାତ୍ର ତିନିମାସରୁ ଊର୍ଦ୍ଧ୍ବ ହେଲାଣି, ଏଯାଁଏ ଧାନ ବିକ୍ରି ହୋଇଯିବା ପରିବର୍ତ୍ତେ ମଣ୍ଡିରେ ପଡିରହିଛି ।

ବୌଦ୍ଧ ଧାନ ମଣ୍ଡିରେ ଅଚଳାବସ୍ଥା

କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ଧାନ ବିକ୍ରି ହୋଇପାରୁ ନଥିବାରୁ, ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରି ଏହାର ସମାଧାନ କରିବାକୁ କହିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଧାରଣା ଦେବା ସହ ଆବଶ୍ୟକ ପଡିଲେ ଆତ୍ମହତ୍ୟା କରିବେ ବୋଲି ଚାଷୀ ନବୀନ ମହାକୁଳ ଧମକ ଦେଇଛନ୍ତି ।

ତେବେ ତ୍ରୃଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି । ସେପଟେ ଯୋଗାଣ ବିଭାଗ ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ ଆବଶ୍ୟକ ସାହାଯ୍ୟ କରାଯିବ ବୋଲି କହିଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details