ଓଡିଶା

odisha

ETV Bharat / state

ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହେବାକୁ ବସିଲାଣି ବୌଦ୍ଧ ପାଲଝାର କୃଷି ଫାର୍ମ

ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହେବାକୁ ବସିଲାଣି ବୌଦ୍ଧ ପାଲଝାର କୃଷି ଫାର୍ମ । ଏଠାରେ ବିଭିନ୍ନ ପ୍ରଜାତିର ଧାନ ବିହନ ସହ ରବି ଫସଲ ଓ ପନିପରିବା ଚାଷ ହୋଇ ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିଲା । ଅଧିକ ପଢନ୍ତୁ...

paljhar farm
ବୌଦ୍ଧ ପାଲଝାର କୃଷି ଫାର୍ମ

By

Published : Feb 29, 2020, 12:11 PM IST

ବୌଦ୍ଧ: ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହେବାକୁ ବସିଲାଣି ବୌଦ୍ଧ ପାଲଝାର କୃଷି ଫାର୍ମ । ଏଠାରେ ବିଭିନ୍ନ ପ୍ରଜାତିର ଧାନ ବିହନ ସହ ରବି ଫସଲ ଓ ପନିପରିବା ଚାଷ ହୋଇ ବିଭିନ୍ନସ୍ଥାନକୁ ରପ୍ତାନି ହେଉଥିଲା । କିନ୍ତୁ ସ୍ବାଧୀନତାର ପରବର୍ତ୍ତୀ ସମୟରେ କୃଷି ଫାର୍ମ ଧିରେ ଧିରେ ଅବହେଳିତ ହେବା ସହିତ ଏହାର ୪୫୨ ଏକର ଜମିକୁ ବିଭିନ୍ନ ସରକାରୀ ଅନୁଷ୍ଠାନ ନିମନ୍ତେ ଦିଆଗଲା । ଏହି କେନ୍ଦ୍ରରେ ବିଭିନ୍ନ ସରକାରୀ ଅଧିକାରୀ ନିଯୁକ୍ତି ପାଇଥିଲେ ମଧ୍ୟ କେହି ଏଠାକୁ ଆସୁନଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ପାଲଝାର କୃଷି ଫାର୍ମ

ଜଣେ ମହିଳା ରାତ୍ରି ଜଗୁଆଳିଙ୍କ ଭରଷାରେ ଚାଲିଛି ଏହି ଫାର୍ମ । ଚଳିତ ଥର ତିରିଶି ହେକ୍ଟର ଜମିରେ ହୋଇଥିବା ସରକାରୀ ବିହନ ଧାନ ଏବେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ଜମିରୁ ଏହି ବିହନ ଧାନ ସଂଗ୍ରହ ହୋଇନପାରି ଜମିରେ ପଡି ପଡି ଗଜା ହୋଇଯିବା ସହ ଖତ ହୋଇଗଲାଣି ।

ଘଟଣାକୁ ବିଭାଗୀୟ ଯନ୍ତ୍ରୀ ସ୍ବୀକାର କରିବା ସହ ଶ୍ରମିକଙ୍କୁ ପାଉଣା ନମିଳିବାରୁ ସେମାନଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ସେପଟେ ଗତବର୍ଷର ବିହନ ଧାନକୁ ବିକ୍ରି କରାଯାଇ ଅର୍ଥ ହଡପ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଯାହାକୁ ନେଇ ଚାଷୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details