ଓଡିଶା

odisha

By

Published : Mar 16, 2021, 5:42 PM IST

ETV Bharat / state

ପୁଅର ଚିକିତ୍ସା ପାଇଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ କାନ୍ଦିଲେ ଚାଷୀ

ପୁଅର ଚିକିତ୍ସା ପାଇଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲା ଚାଷୀ । ଧାନ ବିକ୍ରି ହୋଇ ନଥିବାରୁ କାନ୍ଦିଲା ଚାଷୀ । ଅଧିକ ପଢନ୍ତୁ...

paddy problem in boudha
ପୁଅର ଚିକିତ୍ସା ପାଇଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ କାନ୍ଦିଲା ଚାଷୀ

ବୌଦ୍ଧ: ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବରେ କାନ୍ଦିଲା ଚାଷୀ । ନିଜର ଧାନ ବିକ୍ରି ହୋଇ ନ ପାରିବାରୁ ଚାଷୀ ଜଣକ କାନ୍ଦିଛନ୍ତି । କାହିଁକି ନା ଚାଷୀ ଜଣକ ଆଶା କରିଥିଲେ ଧାନ ବିକ୍ରି ହୋଇଥିଲେ ନିଜ ଅସୁସ୍ଥ ପୁଅର ଚିକିତ୍ସା କରିଥାନ୍ତା । ହେଲେ ଧାନ ମଣ୍ତିରେ ନିଜର ଫସଲ ବିକ୍ରି ହୋଇ ନଥିବାରୁ କୃଷି କୃଷି ମହୋତ୍ସବରେ କାନ୍ଦିଲେ ଚାଷୀ । ଅସହାୟ ହୋଇ ଚାଷୀ କୃଷି ମହୋତ୍ସବ ସ୍ଥଳରେ ଧାରଣାରେ ବସି ରହିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।

ପୁଅର ଚିକିତ୍ସା ପାଇଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ କାନ୍ଦିଲା ଚାଷୀ

ବୌଦ୍ଧ ଜିଲ୍ଲାର ଅଧିକାଂଶ ଧାନମଣ୍ଡିରେ ଅଚଳାବସ୍ଥା ଲାଗି ରହିଛି । ଗରିବ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି । ଗତକାଲି(ସୋମବାର) ଖୁଣ୍ଟବନ୍ଧ ଧାନମଣ୍ଡିରେ ଧାନବିକ୍ରି କରିନପାରି ନିଜ ଝିଅର ବିବାହ ପାଇଁ ପିତା କାନ୍ଦି କାନ୍ଦି ସମବାୟ ଅଧିକାରୀଙ୍କୁ ଗୁହାରି କରିଥିବା ବେଳେ ଆଜି(ମଙ୍ଗଳବାର) ପୁଣିଥରେ ସରସରା ଅଞ୍ଚଳର ଜଣେ ଚାଷୀ ନିଜ ପୁଅର ଚିକିତ୍ସା ପାଇଁ ଧାନବିକ୍ରି ପାଇଁ କାନ୍ଦି କାନ୍ଦି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଚାଷୀ ଜଣକ ସିଧାସଳଖ କୃଷି କାର୍ଯ୍ୟାଳୟ ପରିସରରେ ଚାଲିଥିବା କୃଷି ମହୋତ୍ସବରେ ପହଞ୍ଚି ଦୀର୍ଘ ସମୟ ଧରି ଧାରଣାରେ ବସିରହିଥିଲେ । କାନ୍ଦୁଥିବା ଏହି ଚାଷୀକୁ ସମବେଦନା ଜଣାଇବା ଜଣାଇବା ବଦଳରେ କୃଷି ବିଭାଗର ଜଣେ କର୍ମଚାରୀ ଗାଳିଗୁଲଜ କରି ତଡି ଦେଇଥିବା ଅଭିଯୋଗ ହୋଇଛି । ଏହି ସମୟରେ ଜିଲ୍ଲା କିଷାନ ସଂଘର କର୍ମକର୍ତ୍ତା ପହଞ୍ଚି ଚାଷୀକୁ ସମବେଦନା ଜଣାଇବା ସହ ଦୁର୍ନୀତି ଗ୍ରସ୍ତକୃଷି ବିଭାଗର ଅପାରଗତାର ତୀବ୍ର ନିନ୍ଦା କରିଥିଲେ । ତୁରନ୍ତ ଏହି ଚାଷୀର ଧାନ କିଣିବା ପାଇଁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details