ଓଡିଶା

odisha

ETV Bharat / state

ମଣ୍ଡିରେ ପଡି ରହି ଗଜା ହେଲାଣି ଧାନ, ଚିନ୍ତାରେ ଚାଷୀ କୂଳ

ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକରେ ଖତ ଖାଉଛି ଧାନ । ମୁଣ୍ଡର ଝାଳ ତୁଣ୍ଡରେ ମାରି ଖରାଦିନରେ ନିଜ ଜମିରେ ସୁନା ଫଳାଇଥିବା ଧାନଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ।

By

Published : Jul 4, 2019, 9:01 PM IST

ଫଟୋ ସୌଜନ୍ୟ: ପ୍ରତିନିଧି. ଖୋର୍ଦ୍ଧା

ବୌଦ୍ଧ: ବସ୍ତେ କିମ୍ବା ଦୁଇ ବସ୍ତା ନୁହେଁ, ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ଆଉ ପଡିପଡି ଗଜା ହୋଇଗଲାଣି ଧାନ । ଆଉ ଏହାକୁ ଦିନ ରାତି ଜଗି ବସିଛନ୍ତି ଚାଷୀ । ଏପଟେ ଧାନକ୍ରୟ ଦିବସ ସରକାରୀ ଭାବେ ଗତ ଜୁନ ୩୦ ତାରିଖରେ ସରିଯାଇଥିବାରୁ ଯୋଗାଣ ବିଭାଗ ମଧ୍ୟ ହାତ ଟେକି ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ମୁଣ୍ଡର ଝାଳ ତୁଣ୍ଡରେ ମାରି ଖରାଦିନରେ ନିଜ ଜମିରେ ସୁନା ଫଳାଇଥିବା ଧାନଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ସିମିଳିପଦର, ବଘିଆପଡା, ଲୁକାପଡା ପ୍ରଭୃତି ସମବାୟ ସମିତିର ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଏପଟେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଅମଳ ହୋଇଥିବା ଧାନ ଏଯାଏଁ ବିକ୍ରି ନହୋଇ ମଣ୍ଡିରେ ପଡି ରହିଛି ।

ମନମୁଣ୍ଡାର ଚାଷୀମାନେ ମଙ୍ଗଳବାର ବୌଦ୍ଧ ଆସି ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ଗୁହାରି କରିଥିବାବେଳେ ବୁଧବାର ବଘିଆପଡା ଅଞ୍ଚଳର ମଣ୍ଡି ହୋଇଥିବା ନୂଆପାଲି ଠାରେ ଧାନବସ୍ତା ରଖି ବିକ୍ରିକୁ ଅପେକ୍ଷା କରିଛନ୍ତି । ଏପଟେ ଯୋଗାଣ ଅଧିକାରୀ କହିଛନ୍ତି ଯେ ଜୁନ ୩୦ ତାରିଖ ସୁଦ୍ଧା ସରକାରୀ ଭାବେ ଧାନକ୍ରୟ ନିମନ୍ତେ ଧାର୍ଯ୍ୟ ସମୟ ଥିବାରୁ ଆଉ ଧାନ ସଂଗ୍ରହ ସମ୍ଭବ ନୁହେଁ । ଏବେ ଧାନକୁ ନେଇ ଚାଷୀ କୂଳ ଚିନ୍ତାରେ ପଡିଛନ୍ତି । ତୁରନ୍ତ ଏଦିଗରେ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଚାଷୀମାନେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details