ବୌଦ୍ଧ: ଜିଲ୍ଲାର 3ଟି ସମବାୟ ସମିତିରେ 3 ଜଣ ସମ୍ପାଦକଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଉଣା ଅଧିକ ଆରମ୍ଭ ହୋଇଥିବା ବେଳେ ରବିଧାନ କ୍ରୟକୁ ନେଇ ଚିନ୍ତାରେ ଚାଷୀ । ଟାର୍ଗେଟ ଅଭାବରୁ ଜିଲ୍ଲାର 24 ଗୋଟି ଧାନକ୍ରୟ କେନ୍ଦ୍ରରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ, ସମବାୟ ସମିତି ଆଗରେ ଉତ୍ୟକ୍ତ ଚାଷୀ ଜଗି ରହିଛନ୍ତି ।
ଜିଲ୍ଲାର 42 ଗୋଟି ସମବାୟ ସମିତିର ଅନେକ ସମିତିରେ ପଦ ସବୁ ଖାଲି ପଡିଛି । ସୋମବାର ଏଆରସିଏସ ଜିଲ୍ଲାର ଯୋଗୀନ୍ଦ୍ରପୁର, ସିମିଳିପଦର ଓ ହରଭଙ୍ଗା ସମବାୟ ସମିତି ପାଇଁ 3 ଜଣ ସମ୍ପାଦକଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି । ସେହିପରି ମୁଣ୍ଡିପଦର ଓ ବାଉଁଶୁଣୀ ସମବାୟ ସମ୍ପାଦକଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିବାରୁ ସେମାନଙ୍କ ବିରୋଧରେ ଏଆରସିଏସ ପଦକ୍ଷେପ ଗ୍ରହଣ କରିବେ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।