ବୌଦ୍ଧ:ଅସହାୟ ଶିଶୁଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ହେଲେ ଏହି ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ଅନେକ ଅସହାୟ କିଶୋର କିଶୋରୀ । ୧୮ ବର୍ଷ ପରେ ବି ସେମାନଙ୍କ ନିକଟରେ ପିତାମାତାଙ୍କ ପରିଚୟ ନଥିବା ହେତୁ କୌଣସି ସରକାରୀ ଯୋଜନାରେ ସାମିଲ ହେବାରୁ ବଞ୍ଚିତ । ବୌଦ୍ଧ ଜିଲ୍ଲାରେ ଏପରି ଅସହାୟ ଶିଶୁଙ୍କୁ ଚିହ୍ନଟ କରାଯାଇଛି ।
ଅସହାୟ ଶିଶୁ ହେବେ ଆତ୍ମନିର୍ଭରଶୀଳ - ବୌଦ୍ଧରେ ଅସହାୟ ଶିଶୁ ହେବେ ଆତ୍ମନିର୍ଭରଶୀଳ
ବୌଦ୍ଧ ଜିଲ୍ଲାରେ ଅସହାୟ କିଶୋର କିଶୋରୀଙ୍କୁ ଚିହ୍ନଟ କରାଯାଇ ସେମାନେ କିଭଳି ଆତ୍ମ ନିର୍ଭରଶୀଳ କରାଯାଇପାରିବ ସେନେଇ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ
ଅସହାୟ ଶିଶୁ ହେବେ ଆତ୍ମନିର୍ଭରଶୀଳ
ଅସହାୟ ଶିଶୁ ହେବେ ଆତ୍ମନିର୍ଭରଶୀଳ
ଜିଲ୍ଲାରେ 250ରୁ ଉର୍ଦ୍ଧ୍ବ ଅସହାୟ କିଶୋର କିଶୋରୀ ରହିଥିବେଳେ ସମସ୍ତଙ୍କୁ ବୁଧବାର ଶିଶୁ ସୁରକ୍ଷା ବିଭାଗ, ଶିଶୁ ଅଧିକାର ମଞ୍ଚ ଓ ଚାଇଲ୍ଡ ଲାଇନ ସ୍ବେଚ୍ଛାସେବୀ ସଂଗଠନ ଓ୍ବାଇସିଡିଏ ସହାୟତାରେ କିଭଳି ସରକାରୀ ସହାୟତା ତଥା ଆତ୍ମ ନିର୍ଭରଶୀଳ କରାଯାଇ ପାରିବ ସେନେଇ ପ୍ରଚେଷ୍ଟା ଆରମ୍ଭ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ