ବୌଦ୍ଧ: ଫେଲ ମାରିଛି ଅନଲାଇନରେ ଶିକ୍ଷାଦାନ ବ୍ୟବସ୍ଥା । କୋରୋନା ସଂକ୍ରମଣ ଯୋଗୁଁ ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ଛାତ୍ରଛାତ୍ରୀ ଘରେ ରହି ପାଠ ପଢିଵାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଅନଲାଇନରେ ଶିକ୍ଷା ଦାନ ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ବୌଦ୍ଧ ଜିଲ୍ଲାରେ ଅନଲାଇନରେ ଶିକ୍ଷା ଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ ହୋଇଛି । କିଛି ଅଭିଭାବକଙ୍କ ନିକଟରେ ଆଣ୍ଡ୍ରଏଡ ମୋବାଇଲ ନ ଥିବାରୁ ଶିକ୍ଷାଦାନରେ ସମସ୍ୟା ଉପୁଜୁଛି ।
ପାଖରେ ନାହିଁ ସ୍ମାର୍ଟଫୋନ, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ - ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା
ବୌଦ୍ଧରେ ଫେଲ ମାରିଛି ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଆଣ୍ଡ୍ରଏଡ ମୋବାଇଲ । ଘଟଣାକୁ ପରୋକ୍ଷରେ ସ୍ବୀକାର କଲେ ଶିକ୍ଷକ ।ଅଧିକ ପଢନ୍ତୁ....
ବୌଦ୍ଧରେ ଫେଲ ମାରିଛି ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା
ବୌଦ୍ଧରେ ଫେଲ ମାରିଛି ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା
ପଚାଶ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ମାନେ ଏଭଳି ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଆଉ କିଛି ନେଟଓ୍ବାର୍କ ନ ଥିବାରୁ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ଚଳିତ ବର୍ଷ ପରୀକ୍ଷା ନହୋଇ ଶ୍ରେଣୀ ଉତ୍ତୀର୍ଣ୍ଣ କରାଯାଇଥିବା ବେଳେ ପାଠପଢା ପିଲାମଧ୍ୟ ଏବେ ଖେଳକୁଦରେ ସମୟ କାଟୁଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଭିଭାବକ । ଶିକ୍ଷକ ମାନେ ମଧ୍ୟ ଘଟଣାକୁ ପରୋକ୍ଷରେ ସ୍ବୀକାର କରିବା ସହ ସରକାରଙ୍କ ନିର୍ଦ୍ଦେଶ ମତେ ଶିକ୍ଷା ଦାନ କରାଯାଉ ଥିବା କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ