ଓଡିଶା

odisha

ETV Bharat / state

ଅସହାୟ ନାବାଳିକାଙ୍କ ପାଇଁ ଖୋଲିଲା 'ଓ୍ବାନ ଷ୍ଟପ ସେଣ୍ଟର' - one stop center inauguration in boudh

ଉଦଘାଟିତ ହେଲା 'ଓ୍ବାନ ଷ୍ଟପ ସେଣ୍ଟର' । ଏଣିକି ନାବାଳିକାମାନେ ଏହି କେନ୍ଦ୍ରରୁ ଆଇନ ସହାୟତା ସହିତ ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା ମଧ୍ୟ ପାଇପାରିବେ ।

ଅସହାୟ ନାବାଳିକାଙ୍କ ପାଇଁ ଖୋଲିଲା 'ଓ୍ବାନ ଷ୍ଟପ ସେଣ୍ଟର'

By

Published : Oct 29, 2019, 10:41 PM IST

ବୌଦ୍ଧ: ଜିଲ୍ଲାରେ ଉଦଘାଟିତ ହୋଇଛି ଅସହାୟ ନାବାଳିକାଙ୍କ ପାଇଁ ସହାୟତା କେନ୍ଦ୍ର ‘ଓ୍ବାନ ଷ୍ଟପ ସେଣ୍ଟର’ । ଏହି କଲ୍ୟାଣକାରୀ କେନ୍ଦ୍ରକୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ଉଦଘାଟନ କରିଛନ୍ତି ।

ଅସହାୟ ନାବାଳିକାଙ୍କ ପାଇଁ ଖୋଲିଲା 'ଓ୍ବାନ ଷ୍ଟପ ସେଣ୍ଟର'

ମଙ୍ଗଳବାର ଠାରୁ ବିଧିବଦ୍ଧ ଭାବେ ଏହି କେନ୍ଦ୍ର ଉଦଘାଟନ ହେବା ସହ କାର୍ଯ୍ୟ ଆରମ୍ଭ ହୋଇଛି । ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି କେନ୍ଦ୍ରରେ ଅସହାୟ ନାବାଳିକା ନ୍ୟାୟ ନିମନ୍ତେ ସବୁପ୍ରକାର ସହାୟତା ପାଇପାରିବେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି. ଭି ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇ କେନ୍ଦ୍ରଟି ନିଶ୍ଚିତ ଭାବେ ଅସହାୟଙ୍କୁ ଆଲୋକ ପ୍ରଦର୍ଶନ କରିବାନେଇ ମତପ୍ରକାଶ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details