ଓଡିଶା

odisha

ETV Bharat / state

ଜଣେ ବ୍ୟକ୍ତିଙ୍କ ନାଁରେ 2 ଜିଲ୍ଲାର ରାସନ କାର୍ଡ - ଜଣେ ବ୍ୟକ୍ତିଙ୍କ ନାମରେ 2 ଜିଲ୍ଲାରୁ ରାସନ କାର୍ଡ

ଜଣେ ବ୍ୟକ୍ତିଙ୍କ ନାରେ ଦୁଇ ଦୁଇଟି ଜିଲ୍ଲାରେ ଆବାସ ଓ ରାସନ କାର୍ଡ ରହିଥିବା ଅଭିଯୋଗ ହୋଇଛି । ଏହା ସହିତ ଏକ ସରକାରୀ କୂପକୁ ସଂଲଗ୍ନ କରି ଶୌଚାଳୟ ନିର୍ମାଣ କରିବାକୁ ମଧ୍ୟ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

rasan card from 2 district
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Feb 10, 2020, 10:36 PM IST

ବୌଦ୍ଧ: ଜଣେ ବ୍ୟକ୍ତିଙ୍କ ନାଁରେ ଦୁଇ ଦୁଇଟି ଜିଲ୍ଲାରେ ଆବାସ ଓ ରାସନ କାର୍ଡ ରହିଥିବା ଅଭିଯୋଗ ହୋଇଛି । ଏହା ସହିତ ଏକ ସରକାରୀ କୂପକୁ ସଂଲଗ୍ନ କରି ଶୌଚାଳୟ ନିର୍ମାଣ କରିବାକୁ ମଧ୍ୟ ବିରୋଧ କରାଯାଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ମାଣିକପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ନାଁରେ ଉଭୟ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ରାସନ କାର୍ଡ ଓ ଆବାସ ଗୃହ ହାତେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅନେକ ଲୋକଙ୍କୁ ଛାତ ଖଣ୍ଡେ ମିଳିପାରୁ ନଥିବା ବେଳେ ଜଣଙ୍କ ନାଁରେ ଦୁଇଟି ଜିଲ୍ଲାରେ କିଭଳି ସମ୍ଭବ ହେଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଏହାଛଡା ଉକ୍ତ ଅଭିଯୁକ୍ତ ଜଣଙ୍କ ଏକ ସରକାରୀ କୂପର ଚାନ୍ଦନୀ ଉପରେ ନିଜ ଶୌଚାଳୟ ନିର୍ମାଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସେମାନେ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ସୋମବାର ଜିଲ୍ଲାପାଳଙ୍କ କଣ୍ଟାମାଳରେ ଚାଲିଥିବା ଅଭିଯୋଗ ଶୁଣାଣୀ ଠାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details