ବୌଦ୍ଧ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ଗୋଟିଏ ପରେ ଗୋଟିଏ ସଡକ ଦୁର୍ଘଟଣାରେ ଗଡୁଛି ମୁଣ୍ଡ । ଆଜି(ବୁଧବାର) ପୁଣି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ବାଉଁଶୁଣୀ ନିକଟସ୍ଥ ସାହୁପଡାର ଉମେଶ ହାତୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାତୀୟ ରାଜପଥ ଜବରଦଖଲ ସହିତ ବେପରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।
ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ, କାର ଧକ୍କାରେ ଜଣେ ମୃତ - one dies by accident
ବୌଦ୍ଧ 57 ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଅଧିକ ପଢନ୍ତୁ...
![ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ, କାର ଧକ୍କାରେ ଜଣେ ମୃତ ଜାତୀୟ ରାଜପଥରେ ପୁଣି ସଡକ ଦୁର୍ଘଟଣା, ଜଣେ ମୃତ](https://etvbharatimages.akamaized.net/etvbharat/prod-images/768-512-11403138-thumbnail-3x2-bdh.jpg)
ଜାତୀୟ ରାଜପଥରେ ପୁଣି ସଡକ ଦୁର୍ଘଟଣା, ଜଣେ ମୃତ
ଜାତୀୟ ରାଜପଥରେ ପୁଣି ସଡକ ଦୁର୍ଘଟଣା, ଜଣେ ମୃତ
ଗତ ସପ୍ତାହରେ ରାଧାନଗର ଠାରେ କୋରୋନା ଟୀକା ନେବାପାଇଁ ଯିବା ସମୟରେ ଜାତୀୟ ରାଜପଥ ଉପରେ ଗାଡି ମାଡି ଯିବାରୁ ଦୁଇ ବୃଦ୍ଧ ଦମ୍ପତିଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଆଜି ପୁଣି ଥରେ ବାଉଁଶୁଣୀ ଠାରେ ଭୁବନେଶ୍ୱରରୁ ବୁର୍ଲା ଯାଉଥିବା ଏକ କାର ବାଇକ ଚାଳକ ଉମେଶଙ୍କୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ