ଓଡିଶା

odisha

ETV Bharat / state

ମରଣଜନ୍ତା ପାଲଟିଛି ବୌଦ୍ଧ ଜାତୀୟ ରାଜପଥ, ଦୁର୍ଘଟଣାରେ ଜଣେ ମୃତ

ବୌଦ୍ଧ ରାଜନପାଲି ଛକଠାରେ ସଡକ ଦୁର୍ଘଟଣାରେ ଗୁରୁବାର ସକାଳୁ ପୁଣି ଯାଇଛି ଆଉ ଜଣେ ଯୁବକଙ୍କ ଜୀବନ। ମୃତକ ଜଣକ ବୌଦ୍ଧ ଜିଓ ଅଫିସରେ କାର୍ଯ୍ୟରତ 30 ବର୍ଷୀୟ ଶିବ ପ୍ରସାଦ ରାଏ ବୋଲି ଜଣାପଡିଛି।

By

Published : Apr 4, 2019, 2:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ମରଣଜନ୍ତା ପାଲଟିଛି ବୌଦ୍ଧ ଜିଲ୍ଲା 57ନଂ ଜାତୀୟ ରାଜପଥ । ବୌଦ୍ଧ ରାଜନପାଲି ଛକଠାରେ ସଡକ ଦୁର୍ଘଟଣାରେ ଗୁରୁବାର ସକାଳୁ ପୁଣି ଚାଲିଯାଇଛି ଆଉ ଜଣେ ଯୁବକଙ୍କ ଜୀବନ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟ ବଡ ସଡକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏହାର କାରଣ ଓ ନିରାକରଣ ଦିଗକୁ ନେଇ ସମ୍ପୂର୍ଣ୍ଣ ଆଖି ବୁଜିଦେଇଥିବା ଭଳି ମନେ ହେଉଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମୃତକ ଜଣକ ବୌଦ୍ଧ ଜିଓ ଅଫିସରେ କାର୍ଯ୍ୟରତ 30 ବର୍ଷୀୟ ଶିବ ପ୍ରସାଦ ରାଏ ବୋଲି ଜଣାପଡିଛି । ଉକ୍ତ ରାଜପଥ ଉପରେ ଅତ୍ୟନ୍ତ ବିପଦ ଶଙ୍କୁଳ ଅବସ୍ଥାରେ ଉଠା ଦୋକାନ ଠାରୁ ଆରମ୍ଭ କରି ଗାଡିମୋଟର ପାର୍କିଂ ପର୍ଯ୍ୟନ୍ତ ସବୁକିଛି ରହିଥିବା ଦେଖାଯାଉଛି। ଅନ୍ୟପକ୍ଷରେ ରାସ୍ତା ଉପରେ ବେଆଇନ ଭାବେ ବାଲି, ଗୋଡି, ଇଟା ଆଦି ଘର ତିଆରି ସାମଗ୍ରୀ ଗଦା କରା ଯାଉଥିବାରୁ ମଧ୍ୟ ଏଭଳି ରାସ୍ତା ଦୁର୍ଘଟଣା ପ୍ରତ୍ୟେକ ଦିନ ହେଉଥିବା ଅଭିଯୋଗ ହୋଇଛି ।

ବ୍ରିଜଛକ ଠାରୁ ରଇଠାଣି ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ ଦୀର୍ଘ ଦିନରୁ ଚାଲିଥିଲେ ମଧ୍ୟ ତାହା କେବେ ସରିବ ଭଗବାନଙ୍କୁ ଜଣା । ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ତେବେ ଖୋଦ ଆରଟିଓ ପ୍ରତ୍ୟେକ ତିନି ଦିନରେ ଗୋଟିଏ ମୃତ୍ୟୁ ସଡକ ଦୁର୍ଘଟଣାରୁ ହେଉଥିବା ସ୍ବୀକାର କରିଛନ୍ତି । ହେଲେ ଏନେଇ କୌଣସି ଠୋସ ପଦକ୍ଷେପ ନିଆ ନଯିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ABOUT THE AUTHOR

...view details