ଓଡିଶା

odisha

ETV Bharat / state

ବୌଦ୍ଧରେ ହାଡଭଙ୍ଗା ଶୀତ ପୁଣି ନେଲା ଜଣେ ବୃଦ୍ଧାଙ୍କ ଜୀବନ - very cold

ଗତ 4ଦିନ ଧରି ଲଗାତାର ହାଡଭଙ୍ଗା ଶୀତ ଯୋଗୁଁ 5ରୁ ଊର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇସାରି ଥିବା ବେଳେ ବୁଧବାର ପୁଣି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ହାଡଭଙ୍ଗା ଜାଡ
ବୌଦ୍ଧରେ ହାଡଭଙ୍ଗା ଜାଡ

By

Published : Dec 24, 2020, 7:01 AM IST

ବୌଦ୍ଧ: ସମଗ୍ର ରାଜ୍ୟରେ ଶୀତ ଲହରୀ ଜାରି ରହିଥିବାବେଳେ ହାଡଭଙ୍ଗା ଶୀତରେ ଥରୁଛି ବୌଦ୍ଧ ଜିଲ୍ଲା। ଗତ 4ଦିନ ଧରି ଲଗାତାର ହାଡଭଙ୍ଗା ଶୀତ ଯୋଗୁଁ 5ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇସାରି ଥିବା ବେଳେ ବୁଧବାର ପୁଣିଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ହାଡଭଙ୍ଗା ଜାଡ

ସେପଟେ ଏଭଳି ଶୀତ କାକରରେ ଜଣେ ମହିଳା ନ୍ୟାୟ ପାଇଁ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ପ୍ରବଳ ଶୀତରେ ଥରୁଛି ସମଗ୍ର ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ପାରଦ ଦଶ ଡିଗ୍ରୀ ତଳେ ରହୁଥିବା ବେଳେ ପାଣିପାଗ ବିଭାଗ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣଂ ଦେଇସାରିଛି ।

ବୌଦ୍ଧରେ ହାଡଭଙ୍ଗା ଜାଡ

ବୌଦ୍ଧ ପୌରାଞ୍ଚଳର ବୁଟୁପାଲି ଠାରେ ଗୋଟିଏ ପୁରୁଷଶୂନ୍ୟ ପରିବାରର ଜଣେ ବୃଦ୍ଧା ଶୀତ ଯୋଗୁଁ ମୃତ୍ୟୁବରଣ କରିଥିଲେ । ତେବେ ବୃଦ୍ଧାଙ୍କ ମୃତଦେହକୁ ତାଙ୍କ ନାତୁଣୀ ଓ ଜଣେ ବସ୍ତିର ବୃଦ୍ଧ ବୁଟୁପାଲି ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟଙ୍କ ସହାୟତାରେ ନିକଟସ୍ଥ ରାମଜାଙ୍ଗି ନାଳ ନିକଟରେ ଦାହ ସଂସ୍କାର କରିଥିଲେ ।

ନ୍ୟାୟ ପାଇଁ ବସିଲେ ମହିଳା

ସେପଟେ କଣ୍ଟାମାଳର ଜଣେ ବିଧବା ମହିଳା ନ୍ୟାୟ ପାଇଁ ଶୀତ କାକରରେ ଆଜି ଦିନ ତମାମ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ମହିଳା ଜଣକ କଣ୍ଟାମାଳ ପିଡବ୍ଲୁଡି ଅଫିସରେ ସଫେଇ କାମ କରୁଥିବା ବେଳେ ତାଙ୍କୁ ଅନୈତିକ ଭାବରେ କାର୍ଯ୍ୟରୁ ବାହାର କରିଦିଆ ଯାଇଥିବା ଅଭିଯୋଗ କରି ବାରମ୍ବାର ପଞ୍ଚାୟତ ଓ ବ୍ଲକରେ ଗୁହାରି ପରେ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details