ବୌଦ୍ଧ: ଅସହାୟ ବୃଦ୍ଧାବୃଦ୍ଧଙ୍କ ଥଇଥାନ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ବୃଦ୍ଧାଶ୍ରମ ଥିବା ବେଳେ ବୃଦ୍ଧଙ୍କ ଯତ୍ନ ନେବା ପାଇଁ ଲୋକ କାମ କରିଛନ୍ତି । ହେଲେ ବୃଦ୍ଧାଶ୍ରମକୁ ନେଇ ଅଭିଯୋଗ ଆଣିଛନ୍ତି ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀ । ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ଯତ୍ନ ଠିକରେ ନିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ଭମା ନାୟକ । ବୃଦ୍ଧାଶ୍ରମରେ ରହୁଥିବା ବେଳେ ତାଙ୍କର ଉତ୍ତମ ଯତ୍ନ ନେଉନଥିବା ସେ ଅଭିଯୋଗ କରିବା ସହ ବୃଦ୍ଧାଶ୍ରମରୁ ଆସି ଏକ ଗୁହାଳ ଘରେ ଆଶ୍ରୟ ନେଇଛନ୍ତି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟର ପଛ ପାର୍ଶ୍ଵରେ ନିଜ ପୈତୃକ ସ୍ଥାନରେ ରହନ୍ତି ଭାମା ନାଏକ । ତେବେ ଭାମା ନିଃସନ୍ତାନ ହୋଇଥିବା ବେଳେ ସ୍ବାମୀ ଅନେକ ବର୍ଷ ହେଲା ଆର ପାରିକୁ ଚାଲିଗଲେଣି । ଭାମା ଦୀର୍ଘ ବର୍ଷ ହେଲା ଏକ ଜରିପାଲ ଟଣା ଭଙ୍ଗା ଗୁହାଳ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ପଞ୍ଚାୟତ ପକ୍ଷରୁ ତାଙ୍କୁ ମିଳିଥିବା ପକ୍କାଘର ଅନ୍ୟମାନେ ଦଖଲ କରି ହଡ଼ପ କରି ନେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅସହାୟ ଭାମାଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସୂଚନା ପାଇ ତାଙ୍କୁ ଝାଡରାଜିଙ୍ଗ ସ୍ଥିତ ବନଦୁର୍ଗା ବୃଦ୍ଧାଶ୍ରମରେ ରହିବାକୁ ବ୍ୟବସ୍ଥା କରି ସେଠାକୁ ଭାମାଙ୍କୁ ପଠାଇଥିଲେ । କିନ୍ତୁ ସେଠି ବୃଦ୍ଧାମାନଙ୍କ ସହ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।
ଭମା ନାୟକ କହିଛନ୍ତି, ‘‘ବୃଦ୍ଧାଶ୍ରମରେ ଅସହାୟ ବୃଦ୍ଧାଙ୍କୁ ଖାଦ୍ୟ ନାଁରେ ବାସିଭାତ ଦିଆଯାଉଛି । ଏହାର ପ୍ରତିବାଦ କରିବାରୁ ଏଠାରେ ଏଭଳି ଖାଦ୍ୟ ମିଳିବ ବୋଲି ସେଠାର କର୍ମଚାରୀ କହିଥିଲେ । ମୋ ପାଖରୁ 6 ହଜାର ଟଙ୍କା ଥିବା ବେଳେ ସେଠାର ଦାୟିତ୍ଵରେ ଥିବା କର୍ମଚାରୀ ମୋ ପାଖରୁ ସେ ପଇସା ମଧ୍ୟ ରଖିଦେଇଥିଲେ । ଅଭିଯୋଗ କରିବାରୁ ବସ ଯୋଗେ ପୁଣି ମତେ ଆଣି ଏଠି ଛାଡି ଦିଆଯାଇଛି ।’’