ବୌଦ୍ଧ: ଜିଲ୍ଲାରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ । ଏହାରି ମଧ୍ୟରେ ଜିଲ୍ଲାବାସୀଙ୍କ ଟୀକାକରଣ ମଧ୍ୟ ଜାରି ରହିଛି । ଏଣିକି ଅନଲାଇନ ବ୍ୟତୀତ ମଧ୍ୟ ସାଧାରଣ ଲୋକଙ୍କୁ ଅଫଲାଇନରେ ଟିକାଦାନ କରାଯିବ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି ।
ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି(ସୋମବାର) 40 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟୀକାଦାନ ଆରମ୍ଭ ହୋଇଛି । ସୋମବାର ବୌଦ୍ଧ ଟାଉନହଲଠାରେ 3 ଦିନ ପାଇଁ 1500 ଟୀକାଦାନ ବ୍ୟବସ୍ଥା ଥିବାବେଳେ ଅନଲାଇନରେ ବୁକିଂ କରିନଥିବା 100ଜଣ ସାଧାରଣ ଲୋକଙ୍କ ପାଇଁ ଦିନ 12ଟା ପରେ ଟିକାଦାନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ମଧ୍ୟ କୋରୋନା ମୃତ୍ୟୁରେ ବ୍ରେକ ଲାଗିନାହିଁ ।